ଭୁବନେଶ୍ବର: ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟ ତାଲାବନ୍ଦ ଆଦେଶକୁ ସ୍ଥଗିତ କଲେ ମାନ୍ୟବର ହାଇକୋର୍ଟ। ପ୍ଳାଣ୍ଟକୁ ପୁରୁଣା ଦର୍ଶାଇ ସେଫ୍ଟି ଅଡିଟ କରିବା ସହ ଏପ୍ରିଲ ୧ ତାରିଖରେ ପ୍ଳାଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ଵାରା ୨୫୦ରୁ ଅଧିକ ସ୍ଥାୟୀ କର୍ମଚାରୀ ଏବଂ ୧୫୦ରୁ ଅସ୍ଥାୟୀ କର୍ମଚାରୀ ପ୍ରଭାବିତ ହୋଇଥିଲେ।
ତାଳଚେର ଥର୍ମାଲ ପ୍ଲାଣ୍ଟ ଖୋଲିବାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଦାବି - Talcher thermal plant
ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟ ତାଲାବନ୍ଦ ଆଦେଶକୁ ସ୍ଥଗିତ କଲେ ମାନ୍ୟବର ହାଇକୋର୍ଟ। ପ୍ଳାଣ୍ଟକୁ ପୁରୁଣା ଦର୍ଶାଇ ସେଫ୍ଟି ଅଡିଟ କରିବା ସହ ଏପ୍ରିଲ ୧ ତାରିଖରେ ପ୍ଳାଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ଵାରା ୨୫୦ରୁ ଅଧିକ ସ୍ଥାୟୀ କର୍ମଚାରୀ ଏବଂ ୧୫୦ରୁ ଅସ୍ଥାୟୀ କର୍ମଚାରୀ ପ୍ରଭାବିତ ହୋଇଥିଲେ । ଅଧିକ ପଢନ୍ତୁ...
ତେବେ ଏହି ବନ୍ଦ ନିର୍ଦ୍ଦେଶକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଏବଂ ଏନଟିପିସି ୱାର୍କର୍ସ ୟୁନିଅନ୍। ମାମଲାର ବିଚାର କରି ପ୍ଲାଣ୍ଟ ନିର୍ଦ୍ଦେଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତ କରିଛନ୍ତି ହାଇକୋର୍ଟ। ତେବେ ନୂତନ ଭାବେ ୧୩୨୦ ମେଗାୱାଟ୍ କାରଖାନା ନିର୍ମାଣ ସହ ପୁରଣା ପ୍ଲାଣ୍ଟରେ ସେଫ୍ଟି ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ଏପର୍ଯ୍ୟନ୍ତ ନୂତନ କାରଖାନା ନିର୍ମାଣ ନେଇ ନା ବିଧିବଦ୍ଧ ନିଷ୍ପତ୍ତି ହେଲା ନା ପୁରୁଣା ପ୍ଲାଣ୍ଟର ସେଫ୍ଟି ଅଡିଟ୍ କଲେ ସରକାର ବୋଲି ଅଭିଯୋଗ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ। ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଖୁବ ଶୀଘ୍ର କର୍ମଚାରୀଙ୍କ ସ୍ୱାର୍ଥକୁ ଦେଖି ପ୍ଲାଣ୍ଟ ଖୋଲାଯାଉ ବୋଲି ଦାବି କରିଛି ସଂଘ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ