ଓଡିଶା

odisha

ETV Bharat / city

63 ଭାରତୀୟ ଆରବପତିଙ୍କ ସମ୍ପତ୍ତି 60 ପ୍ରତିଶତ ସାଧାରଣ ଲୋକଙ୍କ ସମ୍ପତ୍ତିଠୁ ଅଧିକ - ଅକ୍ସଫାମ ରିପୋର୍ଟ

ବିଶ୍ବ ଅର୍ଥନୈତିକ ଫୋରମର ଅବ୍ୟବହିତ ପୂର୍ବରୁ ଡାଭୋସରେ ଅକ୍ସଫାମ ମହାସଂଘ ବୈଠକରେ ଏହି ରିପୋର୍ଟ ଉନ୍ମୋଚିତ ହୋଇଥିବା ବେଳେ ସୋମବାର ଏହାର ଓଡିଶା ଶାଖା ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବରେ ଉନ୍ମୋଚିତ ହୋଇଛି।

Indian millionaires propery, oxfam report, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଅକ୍ସଫାମ ରିପୋର୍ଟ, ଭାରତୀୟ ଆରବପତିଙ୍କ ସମ୍ପତ୍ତି ତାଲିକା
63 ଭାରତୀୟ ଆରବପତିଙ୍କ ସମ୍ପତ୍ତି 60 ପ୍ରତିଶତ ସାଧାରଣ ଲୋକଙ୍କ ସମ୍ପତ୍ତିଠୁ ଅଧିକ

By

Published : Jan 21, 2020, 6:34 AM IST

ଭୁବନେଶ୍ବର: ଭାରତର 63ଜଣ ଆରବପତିଙ୍କ ସମୁଦାୟ ସମ୍ପତି ଦେଶର ଗୋଟିଏ ବର୍ଷର ବଜେଟଠାରୁ ମଧ୍ୟ ଅଧିକ । ଅର୍ଥାତ 2018-19 ବର୍ଷର ଭାରତୀୟ ବଜେଟ ପରିମାଣ 2,399,147 କୋଟି ଟଙ୍କା ଥିବା ବେଳେ ଦେଶର 63ଜଣ ଆରବପତିଙ୍କ ପାଖରେ ଏହାଠାରୁ ଅଧିକ ଅର୍ଥାତ 2,442,200 କୋଟି ଟଙ୍କା ରହିଥିବା ଅକ୍ସଫାମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ ବିଶ୍ବର 2153 ଜଣ ଲୋକଙ୍କ ନିକଟରେ ଯେତିକି ସମ୍ପତ୍ତି ଗଛିତ ଅଛି ତାହା ଅନ୍ୟ 60 ପ୍ରତିଶତ ଅର୍ଥାତ 4600କୋଟି ଲୋକଙ୍କ ସମ୍ପତ୍ତିର ମୂଲ୍ୟ ସହ ସମାନ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

63 ଭାରତୀୟ ଆରବପତିଙ୍କ ସମ୍ପତ୍ତି 60 ପ୍ରତିଶତ ସାଧାରଣ ଲୋକଙ୍କ ସମ୍ପତ୍ତିଠୁ ଅଧିକ

ବିଶ୍ବ ଅର୍ଥନୈତିକ ଫୋରମର ଅବ୍ୟବହିତ ପୂର୍ବରୁ ଡାଭୋସରେ ଅକ୍ସଫାମ ମହାସଂଘ ବୈଠକରେ ଏହି ରିପୋର୍ଟ ଉନ୍ମୋଚିତ ହୋଇଥିବା ବେଳେ ସୋମବାର ଏହାର ଓଡିଶା ଶାଖା ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବରେ ଉନ୍ମୋଚିତ ହୋଇଛି। ଏହି ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ଆମ ଦେଶର 70 ପ୍ରତିଶତ ଜନସଂଖ୍ୟା ଅର୍ଥାତ 93କୋଟି 30 ଲକ୍ଷ ଲୋକ ଯେତିକି ସମ୍ପତ୍ତିର ମାଲିକାନା ଉପଭୋଗ କରୁଛନ୍ତି ତାହାର 4 ଗୁଣାରୁ ଅଧିକ ସମ୍ପତ୍ତି 1 ପ୍ରତିଶତ ବିତ୍ତଶାଳୀ ଆରବିପତିଙ୍କ ନିକଟରେ ଠୁଳ ରହିଛି।

ବିଶ୍ବରେ ତଥା ଆମ ଦେଶରେ ମହିଳା ଓ ପୁରୁଷଙ୍କ ରୋଜଗାର କ୍ଷେତ୍ରରେ ମଧ୍ୟ ବହୁତ ବଡ ଅସମାନତା ଦେଖିବାକୁ ମିଳେ। ଜଣେ ଟପ ଟେକ୍ନୋଲୋଜି କମ୍ପାନୀର ମୁଖ୍ୟ 10 ମିନିଟରେ ଯେତିକି ଆୟ କରନ୍ତି ଜଣେ ଘରୋଇ ସହାୟକ ଭାବେ କାମ କରୁଥିବା ମହିଳାର ବାର୍ଷିକ ଆୟ ସହିତ ସମାନ ଅଟେ। ସେହିପରି ମହିଳାମାନେ ବିନା ପାରିଶ୍ରମିକରେ ଯେତିକି ଘରୋଇ କାର୍ଯ୍ୟ କରିଥାନ୍ତି ସେହି ତୁଳନାରେ ପୁରୁଷମାନେ ଯଥେଷ୍ଟ ପରିମାଣର କମ କାର୍ଯ୍ୟ କରିଥାନ୍ତି। ତେବେ ମହିଳାମାନଙ୍କୁ ସେହି କ୍ଷେତ୍ରରେ କର୍ମନିଯୁକ୍ତି ଓ ପାରିଶ୍ରମିକ ଦେବାରେ ଅସମାନତା ଥିବା ଏଥିରେ ପ୍ରକାଶ ପାଇଛି।

ଏସବୁ ବ୍ୟତୀତ ଅନ୍ୟ କ୍ଷେତ୍ରମାନଙ୍କରେ ମଧ୍ୟ ସାରା ବିଶ୍ବରେ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ଅସମାନତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଆଗାମୀ ଦିନରେ ବିଶ୍ବର ଶାସନକର୍ତ୍ତାମାନେ ଏ ଦିଗରେ ସୁଧାର ଆଣିବା ପାଇଁ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ଆଜିର ଉତ୍ସବରେ ଅତିଥିଭାବେ ଯୋଗଦେଇଥିବା ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details