ଭୁବନେଶ୍ବର: ଡାକ୍ତରଙ୍କୁ ସୁରକ୍ଷା ଏବଂ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବିରେ ପ୍ରତିବାଦ କରିବ ଆଇଏମଏ । ଏଥିପାଇଁ ହ୍ଵାଇଟ ଆଲର୍ଟ ଜାରି କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । 22 ତାରିଖ ରାତି 9ଟା ସମୟରେ ଧଳା ଆପ୍ରନ ପିନ୍ଧି ପ୍ରତିବାଦ କରିବେ।
ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ 22 ତାରିଖ ରାତି 9ଟା ସମୟରେ ଡାକ୍ତର ନିଜ ନିଜ କର୍ମସ୍ଥଳୀରେ କିଛି ସମୟ ପାଇଁ କ୍ୟାଣ୍ଡେଲ ଜାଳିବା ସହ ଧଳା ଆପ୍ରନ ପିନ୍ଧି ପ୍ରତିବାଦ କରିବେ । 23 ତାରିଖ ସକାଳ ସମୟରେ ସମସ୍ତ ଡାକ୍ତର ନର୍ସ ଓ ପରାମେଡିକାଲ କର୍ମଚାରୀ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ସାଢ଼େ 4 ଲକ୍ଷ ଡାକ୍ତର ଏହି ପ୍ରତିବାଦରେ ସାମିଲ ହେବେ । ଇଣ୍ଡିଆନ ମେଡିକାଲ ଆସୋସିଏସନର ଏହି ପ୍ରତିବାଦରେ ଓଡି଼ଶାରେ ରହିବା ଡାକ୍ତର ମାନେ ସାମିଲ ହେବା ନେଇ ନିଷ୍ପତି ନିଆଯାଇଛି ।
ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବ ଆଇଏମଏ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବ ଆଇଏମଏ ଅନେକ ସମୟରେ ଚିକିତ୍ସା କରୁଥିବା ଡାକ୍ତରମାନେ ଆକ୍ରମଣର ଶିକାର ହେବା ଘଟଣା ଦେଖାଯାଇଛି । କରୋନା ଚିକିତ୍ସା ସମୟରେ ମଧ୍ୟ ଅନେକ ଡାକ୍ତର ମୃତ୍ୟୁ ବରଣ କରିଛନ୍ତି । ବିଭିନ୍ନ ସମୟରେ ଡାକ୍ତରଙ୍କୁ ସୁରକ୍ଷା ଓ ସହଯୋଗ ଯୋଗାଇ ଦେବା ପାଇଁ ବାରମ୍ଭାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରକାରର ଫଳ ମିଳୁ ନାହିଁ । ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରୁଛନ୍ତି । ଅନ୍ୟପଟେ କରୋନା ମହାମାରୀ ଭୟଙ୍କର ରୂପ ନେଉଥିବା ବେଳେ ଡାକ୍ତର ମାନେ ନିଜର କାର୍ଯ୍ୟ କରିବେ କିନ୍ତୁ କଳା ବ୍ୟାଚ ପିନ୍ଧିବେ । ଏନେଇ ରୋଗୀଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ପୂର୍ବତନ ସଭାପତି ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ