ଓଡିଶା

odisha

ETV Bharat / city

ଭୁବନେଶ୍ୱରେ ପୂର୍ବତନ କ୍ରିକେଟର ଶ୍ରୀସନ୍ଥ, ପ୍ରିମିୟର ଲିଗରରେ ହେବେ ମୁଖ୍ୟ ଅତିଥି - ଭାରତୀୟ ପୂର୍ବତନ ଦ୍ରୁତ ବୋଲର ଏସ.ଶ୍ରୀସାନ୍ତ

ଓଡିଶାରେ ଭାରତୀୟ ପୂର୍ବତନ ଦ୍ରୁତ ବୋଲର ଏସ.ଶ୍ରୀସନ୍ଥ । ଭୁବନେଶ୍ବର ପ୍ରିମିୟର ଲିଗର ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ଆସିଛନ୍ତି ଶ୍ରୀସନ୍ଥ । ଅଧିକ ପଢନ୍ତୁ

ଭୁବନେଶ୍ୱରେ ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଏସ.ଶ୍ରୀସାନ୍ତ
ଭୁବନେଶ୍ୱରେ ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଏସ.ଶ୍ରୀସାନ୍ତ

By

Published : Apr 15, 2022, 1:08 PM IST

Updated : Apr 17, 2022, 12:28 PM IST

ଭୁବନେଶ୍ବର: ଓଡିଶାରେ ଭାରତୀୟ ପୂର୍ବତନ ଦ୍ରୁତ ପେସ ବୋଲର ଏସ.ଶ୍ରୀସନ୍ଥ । ଭୁବନେଶ୍ବର ପ୍ରିମିୟର ଲିଗ କ୍ରିକେଟ 2022 ସଂସ୍କରଣରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ଆସିଛନ୍ତି ଏସ.ଶ୍ରୀସନ୍ଥ । ଉଦଘାଟନୀ କାର୍ଯ୍ୟକ୍ରମରେ ଟେନିସ ବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ବୋଲିଂ ମଧ୍ୟ କରିଛନ୍ତି ।

ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶ୍ରୀସନ୍ଥ କହିଥିଲେ ଯେଉଁ ଦଳ ଭଲ ପ୍ରଦର୍ଶନ କରିବ ସେ ଦଳ ଚମ୍ପିୟନ ହେବ। ସମସ୍ତ ଦଳକୁ ଶୁଭେଚ୍ଛା ଦେଇଥିଲେ । ଦୃଢ ଆତ୍ମବିଶ୍ବାସର ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ହେବ । ଓଡିଶାରେ ବହୁ ପ୍ରତିଭା ଅଛନ୍ତି । ନିଷ୍ଠାର ସହ କଠିନ ପରିଶ୍ରମ କଲେ କେବଳ ଆଇପିଏଲ କାହିଁକି ଜାତୀୟ ଦଳରେ ମଧ୍ୟ ସ୍ଥାନ ମିଳିବ । ପ୍ରତିଦିନ ଅଭ୍ୟାସ ଜାରି ରଖ, ମ୍ୟାଚ ଖେଳ ଦିନ ନା ଦିନେ ସୁଯୋଗ ଆସିବ ବୋଲି କହିଛନ୍ତି ଶ୍ରୀସାନ୍ଥ ।

ଚଳିତ ଆଇପିଏଲକୁ ନେଇ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ଏହି ଫାଷ୍ଟ ବୋଲର । ଏହା ସହିତ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କର ପ୍ରିୟ ଦଳ ବୋଲି କହିଛନ୍ତି ଶ୍ରୀସନ୍ଥ । ମୁମ୍ବାଇରେ ସଚିନ ତେନ୍ଦୁଲକର ଓ ଚେନ୍ନାଇରେ ମହେନ୍ଦ୍ର ସିଂ ଧୋନୀ ଅଛନ୍ତି ସେଥିପାଇଁ ଏହି ଦୁଇ ଦଳ ମୋର ପ୍ରିୟ । ତା ସହିତ ୟଙ୍ଗ ଷ୍ଟାର ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ରାଜନୀତି ସହିତ ତାଙ୍କର ବହୁତ୍ ଗୁଡ଼ିଏ ଫିଲ୍ମ ଆସିବାର ଅଛି । ଆଗକୁ ଅନେକ ଲିଗ୍ ମ୍ୟାଚ ମଧ୍ୟ ଖେଳିବାର ଅଛି ବୋଲି ଶ୍ରୀସାନ୍ଥ କହିଛନ୍ତି ।

ହାଉସିଂ ବୋର୍ଡ ଦୁର୍ଗାପୂଜା ପଡିଆରେ ଭୁବନେଶ୍ବର ପ୍ରିମିୟର ଲିଗ 3 ଦିନ ଧରି ଚାଲିବ । ଏଥିରେ 12ଟି ଦଳ ଭାଗ ନେଇଛନ୍ତି । ଚମ୍ପିଅନ ଦଳକୁ 80 ହଜାର ଓ ରନର୍ସ ଅପ ଦଳକୁ 50 ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Apr 17, 2022, 12:28 PM IST

ABOUT THE AUTHOR

...view details