ଭୁବନେଶ୍ବର: କୋରୋନାରେ ଚାଲିଗଲେ ଭାରତୀୟ ବନ ସେବା ଅଧିକାରୀ ସନ୍ତୋଷ କୁମାର ବନଛୋରଙ୍କ ଜୀବନ । ବନ୍ୟପ୍ରାଣୀ ପିସିସିଏଫ୍ଙ୍କ କାର୍ଯ୍ୟାଳୟରେ ଉପ ବନ ସଂରକ୍ଷକ ବା ଡିସିଏଫ୍ ଭାବେ କାର୍ଯ୍ୟରତ ଥିଲେ ବନଛୋର ।
ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ଗତ ୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସନ୍ତୋଷ । ମଙ୍ଗଳବାର ଅପରାହ୍ନ 3ଟାରେ ବନଛୋର ମୃତ୍ୟୁ ଘଟିଥିଲା।