ଭୁବନେଶ୍ବର: ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଟରନ୍ୟାସନାଲ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ । ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ବର ପକ୍ଷରୁ ଆୟୋଜିତ ଏହି ଫିଲ୍ମ ଫେଷ୍ଟିଭାଲ ୩ଦିନ ଧରି ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରଦର୍ଶିତ ହୋଇଯାଇଛି । ଏହା ତୃତୀୟ ଇଣ୍ଟରନ୍ୟାସନାଲ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ହୋଇଥିବାବେଳେ, ଏଠାରେ ପ୍ରଦର୍ଶିତ ହୋଇଛି ବହୁ ଭାଷାର ଅନେକ ମନଛୁଆଁ ଆଓ୍ବାର୍ଡ ୱିନିଙ୍ଗ ଫିଲ୍ମ । ଏଥିସହ ଏହି ଫେଷ୍ଟିଭାଲରେ ବିଭିନ୍ନ ସ୍ଥାନରୁ ସିନେପ୍ରେମୀ , ନିର୍ମାତାଙ୍କ ଉପସ୍ଥିତି ସହ ବହୁ ଭାଷାର ଫିଲ୍ମ ପ୍ରଦର୍ଶିତ ହୋଇଯାଇଛି ।
ଏହି ଫିଲ୍ମ ଫେଷ୍ଟିଭାଲ୍ରେ କାଶ୍ମୀର ଠାରୁ ଉତ୍ତର ପୂର୍ବାଞ୍ଚଳ ପର୍ଯ୍ୟନ୍ତ ଯୁବ ସିନେମା ନିର୍ମାତାମାନଙ୍କୁ ଦିଆଯାଇଛି ଗୁରୁତ୍ଵ । ଦେଶାନ୍ତର, ଲିଙ୍ଗ, ଅସମାନ ବିକାଶ, ଭୂ-ରାଜନୈତିକ ସମସ୍ୟା, ପରିବେଶରେ ଅବନତି, ରାଜନୈତିକ ଏବଂ ନୈତିକ ପ୍ରଶ୍ନ ଆଦି ଉପରେ ପର୍ଯ୍ୟବେଶିତ ସିନେମା ଗୁଡ଼ିକୁ ଏହି ଫେଷ୍ଟିଭାଲ୍ରେ ପ୍ରଦର୍ଶିତ କରଯାଇଛି । ଅନ୍ୟପଟେ ଉଦଘାଟନୀ ଦିବସରେ ସିଟି ଗାର୍ଲ୍ସ, ଆରମାଚ୍ୟୁର, ବ୍ୟାକ୍ଷ୍ଟେଜ୍, ବିଡ୍ ଫର ବେଙ୍ଗଲ, ଜେନୋଫୋବିଆ, ସ୍ମଲ ଟାଇମ୍ ସିନେମା ପ୍ରଦର୍ଶିତ ହୋଇଛି । ଭିନ୍ନ ଭିନ୍ନ ଭାଷା ଭିତ୍ତିକ ଫିଲ୍ମ ଭିତରେ ଓଡ଼ିଆ ଭାଷାରେ ଏକମାତ୍ର ଚଳଚ୍ଚିତ୍ର ‘ବ୍ୟାକଷ୍ଟେଜ୍’ ପ୍ରର୍ଦଶିତ ହୋଇଛି । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଲିପିକା ସିଂହ ଦୋରାଇ ।