ଭୁବନେଶ୍ବର: ଚାଇନିଜ ଟଙ୍କାକୁ ଓଡ଼ିଶା ବଜାରରେ ନିବେଶ କରି ଲୋନ ଆପ ଜରିଆରେ ଲୋକଙ୍କୁ ଠକୁଥିବା ଭାରତୀୟ ଚାଟାର୍ଡ ଆକାଉଣ୍ଟ ଗିରଫ । ଦିଲ୍ଲୀର ଚାଟାର୍ଡ ଆକାଉଣ୍ଟାଣ୍ଟ ନିରବ ଗୁପ୍ତାକୁ ଗିରଫ କରିବା ସହ ଓଡ଼ିଶା ଆଣି ପଚରାଉଚରା କରୁଛି ଏସଟିଏଫ ଟିମ । ଅଭିଯୁକ୍ତ ଠାରୁ ଗୋଟିଏ ଲ୍ୟାପଟପ, ଦୁଇଟି ମୋବାଇଲ, ୫ଟି ଡିଜିଟାଲ ଏଗ୍ରିମେଣ୍ଟ ସହ ୧୧ଟି କମ୍ପାନୀର ସିଲ ଓ ୪ଟି ବ୍ୟାଙ୍କ ଚେକବୁକ ଜବତ ହୋଇଛି ।
ସୂଚନା ଅନୁସାରେ ଚାଇନିଜ ଟଙ୍କାକୁ ଆଣି ଭାରତୀୟ ବଜାରରେ ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ଇନଭେଷ୍ଟ କରୁଥିଲେ ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ । ବେଆଇନ ଲୋନ ଆପ ଜରିଆରେ ଲୋକଙ୍କୁ ୩ରୁ ୧୦ହଜାର ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଲୋନ ଦେଇ ୩ଗୁଣା ଅଧିକା ଟଙ୍କା ଅସୁଲ କରାଯାଉଥିଲା । ସେହି ଟଙ୍କାର ମୁନାଫାରେ ଲାଭବାନ ହେବା ସହ ଠକେଇ ଟଙ୍କାକୁ ନେଉଥିଲା ଚାଇନିଜ ଠକ । ଗରିବ ଓ ନିରିହ ଲୋକଙ୍କୁ ଏପରି ଲୋନର ଲୋଭ ଦେଇ ଠକେଇ କରିବା ପଛରେ ଇଣ୍ଟରନାସନାଲ ଗ୍ୟାଙ୍ଗ କାର୍ଯ୍ୟ କରୁଛି ।