ଭଦ୍ରକ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ)କୁ ଜବରଦସ୍ତ ସଫଳତା । ପରମାଣୁ ଯୁଦ୍ଧାସ୍ତ୍ର ବହନକ୍ଷମ ଅଗ୍ନି-3 ମିସାଇଲର ପ୍ରଥମ ରାତ୍ରକାଳୀନ ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି । ଭଦ୍ରକ ଅବଦୁଲ କଲାମ ଦ୍ବୀପରୁ ଏହି ମିସାଇଲର ସଫଳ ପରୀକ୍ଷଣ ହୋଇଛି ।
ଅଗ୍ନି-3ର ପ୍ରଥମ ରାତ୍ରକାଳୀନ ବ୍ୟବହାରୀକ ପରୀକ୍ଷଣ ସଫଳ - ଅଗ୍ନି-3ର ରାତ୍ରକଳୀନ ପରୀକ୍ଷଣ
ପରମାଣୁ ଯୁଦ୍ଧାସ୍ତ୍ର ବହନକ୍ଷମ ଅଗ୍ନି-3 ମିସାଇଲର ପ୍ରଥମ ରାତ୍ରକାଳୀନ ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି । ଭଦ୍ରକ ଅବଦୁଲ କଲାମ ଦ୍ବୀପରୁ ଏହି ମିସାଇଲର ସଫଳ ପରୀକ୍ଷଣ ହୋଇଛି ।
![ଅଗ୍ନି-3ର ପ୍ରଥମ ରାତ୍ରକାଳୀନ ବ୍ୟବହାରୀକ ପରୀକ୍ଷଣ ସଫଳ ଅଗ୍ନି-3](https://etvbharatimages.akamaized.net/etvbharat/prod-images/768-512-5226449-thumbnail-3x2-agni.jpg)
ଫାଇଲ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ଅବଦୁଲ କଲାମ ଦ୍ବୀପର 4 ନମ୍ବାର ଲଞ୍ଚ ପ୍ୟାଡରୁ ସନ୍ଧ୍ୟା 7.17 ମିନିଟରେ ଏହି ପରୀକ୍ଷଣ ହୋଇଥିଲା । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା 3 ହଜାର କିଲୋମିଟରରୁ ଅଧିକ । ଏହି ମିସାଇଲ ଉଭୟ ଆଣବିକ ଏବଂ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ବହନକ୍ଷମ । ଅଗ୍ନି-3 ମିସାଇଲ ଅଗ୍ନି ସିରିଜର 3ୟ ମିସାଇଲ । ପୂର୍ବରୁ ଏହା ସେନାରେ ସାମିଲ ହୋଇସାରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Dec 1, 2019, 9:08 AM IST