ଓଡିଶା

odisha

ETV Bharat / city

ସମାଜରେ ବିଜ୍ଞାନର ଅବଦାନ ବତାଇଲା ଇଣ୍ଡିଆ ମାର୍ଚ୍ଚ ଫର୍‌ ସାଇନ୍ସ

ଆଧୁନିକ ସମୟ ସହ ସମାଜରେ ବିଜ୍ଞାନକୁ ନେଇ ଚିନ୍ତାଧାର ବଦଳାଇବାର ରହିଛି ଆବଶ୍ୟକତା । ଏନେଇ ସମାଜରେ ଅନ୍ଧବିଶ୍ବାସକୁ ଦୂର କରିବା ସହ ବିଜ୍ଞାନ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ ।

By

Published : Aug 10, 2019, 4:36 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଧୁନିକ ସମୟ ସହ ସମାଜରେ ବିଜ୍ଞାନକୁ ନେଇ ଚିନ୍ତାଧାର ବଦଳାଇବାର ରହିଛି ଆବଶ୍ୟକତା । ଏନେଇ ସମାଜରେ ଅନ୍ଧବିଶ୍ବାସକୁ ଦୂର କରିବା ସହ ବିଜ୍ଞାନ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ । ଏଥିରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ, ବୈଜ୍ଞାନିକ ଓ ଗବେଷକମାନେ ଯୋଗ ଦେଇଥିଲେ । ଏଥିସହ ସହରର ଶତାଧିକ ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ଓ ଦବେଷକମାନେ ଯୋଗ ଦେଇ ବିଜ୍ଞାନର ସିଦ୍ଧାନ୍ତ ଓ ସମାଜ ପ୍ରତି ଅବଦାନ ବିଷୟରେ ସୂଚନା ଦେଇଥିଲେ। ଅନେକ ସମୟରେ ବିଜ୍ଞାନର ପରୀକ୍ଷିତ ଓ ପ୍ରମାଣିତ ସିଦ୍ଧାନ୍ତଗୁଡିକୁ ନିଜର ଖିଆଲି ଖୁସିରେ ଭୁଲ ବୋଲି କୁହାଯାଉଥିବା ସେ ଦର୍ଶାଇଥିଲେ । ଯାହାକି ଦେଶରେ ବିଜ୍ଞାନ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ବୋଲି ବକ୍ତାମାନେ କହିଥିଲେ ।

ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀଙ୍କୁ ବଜେଟରେ ଶିକ୍ଷା ପାଇଁ 30 ପ୍ରତିଶତ ବ୍ୟୟ କରିବା ପାଇଁ ଦାବି କରାଯାଇଛି । କେବଳ ସେତିକି ନୁହେଁ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଗବେଷଣା ପାଇଁ ଜିଡିପିର 3 ପ୍ରତିଶତ ଖର୍ଚ୍ଚ କରାଯିବାକୁ ମଧ୍ୟ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details