ଓଡିଶା

odisha

ETV Bharat / city

ଇଣ୍ଡିଆ ଷ୍ଟେଟ ଫରେଷ୍ଟ ରିପୋର୍ଟ ଉନ୍ମୋଚିତ; ରାଜ୍ୟରେ ବଢିଛି ହେନ୍ତାଳ ଜଙ୍ଗଲ - ପ୍ୟାରିସ ଜଳବାୟୁ ଚୁକ୍ତି

2015 ପ୍ୟାରିସ ଜଳବାୟୁ ଚୁକ୍ତି ଅନୁସାରେ ଜଙ୍ଗଲ ପରିବେଶ ବିଭାଗ କାମ କରୁଛି । ଦେଶରେ ବଢୁଛି ଜଙ୍ଗଲ । ଯାହା ଦେଶପାଇଁ ଶୁଭଙ୍କର ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ।

PHOTO
Prakash javedkar

By

Published : Dec 30, 2019, 8:04 PM IST

ଭୁବନେଶ୍ବର: ଦେଶରେ ବଢିଛି ଜଙ୍ଗଲ । ରାଜ୍ୟରେ ମଧ୍ୟ ଆଶା ଅନୁଯାୟୀ ବଢିଛି । ରାଜ୍ୟରେ 274 ବର୍ଗ କିଲୋମିଟର ଜଙ୍ଗଲ ବଢିଛି । 2017 ତୁଳନାରେ ଚଳିତବର୍ଷ ଏହା ବୃଦ୍ଧି ପାଇଛି । ରାଜ୍ୟର ମୋଟ ଭୂଭାଗ ଅଞ୍ଚଳର 33.15% ଜଙ୍ଗଲ ରହିଛି ।

ରାଜ୍ୟରେ ବଢିଛି ହେନ୍ତାଳ ଜଙ୍ଗଳ


‘ଇଣ୍ଡିଆ ଷ୍ଟେଟ ଫରେଷ୍ଟ’ ରିପୋର୍ଟ ଅନୁସାରେ ଭୌଗୋଳିକ ଆୟତନ ଦୃଷ୍ଟିରୁ ଓଡିଶା ହେଉଛି ଦେଶର ଚତୁର୍ଥ ବୃହତ ରାଜ୍ୟ । ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ ପରେ ଓଡିଶାର ସ୍ଥାନ ରହିଛି । ମଧ୍ୟପ୍ରଦେଶ 77,482 ବର୍ଗ କିମି, ଅରୁଣାଚଳ ପ୍ରଦେଶ 66,688, ଛତିଶଗଡରେ 55,611 ବର୍ଗ କିଲୋମିଟର ଜଙ୍ଗଲ ରହିଛି । ଏହାପଛକୁ ରହିଛି ଓଡିଶା । 51, 619 ବର୍ଗ କିଲୋମିଟର ଜଙ୍ଗଲ ରହିଛି । ସେହିପରି 2017 ତୁଳନାରେ 8 ପ୍ରତିଶତ ନଳବନ ସୃଷ୍ଟି ହୋଇଛି । ଏବେ ରାଜ୍ୟରେ ଦେଶର 5.04% ନାଳବନ ରହିଛି । ପଶ୍ଚିମବଙ୍ଗ ରେ ସର୍ବାଧିକ 42.45% ରହିଛି ।

ରାଜ୍ୟରେ ବଢିଛି ହେନ୍ତାଳ ଜଙ୍ଗଳ

କର୍ଣ୍ଣାଟକରେ ୧,୦୨୫ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୯୯୦ କିମି ଓ କେରଳରେ ୮୨୩ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଛି । ଆଜି ରିପୋର୍ଟ ଉନ୍ମୋଚନ କରି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଦେଶରେ ଜଙ୍ଗଲ ବୃଦ୍ଧି ପାଇଥିବାରୁ ଏହି ରିପୋର୍ଟ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିଛି ବୋଲି ମନ୍ତ୍ରୀ କହିଛନ୍ତି । ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଥିବା ଚୁକ୍ତି ଅନୁସାରେ ଆମେ କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details