ଓଡିଶା

odisha

ETV Bharat / city

ସରିଲା ଫୁଲ ଡ୍ରେସ ରିହରସଲ, ଅପେକ୍ଷା ସ୍ବାଧୀନତା ଦିବସକୁ - full dress rehearsal

ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆ ପରେଡ ଗ୍ରାଉଣ୍ଡରେ ଫୁଲ ଡ୍ରେସ ରିହରସଲ ବେଳେ ନିଜର ପ୍ରତିଭା ଦେଖାଇଲେ ୪ଟି ଫୋର୍ସର ଯବାନ । ପରେଡ ଡ୍ରମ ବାଜିଲା । ଫ୍ଲାଗ ମାର୍ଚ୍ଚ ହେଲା । ଏହା ପରେ ପତାକାକୁ ଦିଆଗଲା ରାଷ୍ଟ୍ରୀୟ ସଲାମୀ । ଏବେ ଅପେକ୍ଷା ସ୍ବାଧୀନତା ଦିବସକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 13, 2019, 9:16 PM IST

ଭୁବନେଶ୍ବର: ପରେଡ ଡ୍ରମ ବାଜିଲା । ଫ୍ଲାଗ ମାର୍ଚ୍ଚ ହେଲା । ଏହା ପରେ ପତାକାକୁ ଦିଆଗଲା ରାଷ୍ଟ୍ରୀୟ ସଲାମୀ । ମଙ୍ଗଳବାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପ୍ରଦର୍ଶନୀ ପଡିଆ ପରେଡ ଗ୍ରାଉଣ୍ଡରେ । ଫୁଲ ଡ୍ରେସ ରିହରସଲ ବେଳେ ନିଜର ପ୍ରତିଭା ଦେଖାଇଲେ ୪ଟି ଫୋର୍ସର ଯବାନ । ଏଥିସହିତ ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଏବଂ ସରକାରୀ, ବେସରକାରୀ ଅନୁଷ୍ଠାନର ସଦସ୍ୟ । ଏବେ ଅପେକ୍ଷା ସ୍ବାଧୀନତା ଦିବସକୁ । ଯାହାକୁ ନେଇ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ପୋଲିସ, ତେଲେଙ୍ଗାନା ପୋଲିସ, ଟେରିଟେରିଆଲ ଆର୍ମି ସହ ସିଆଇଏସଏଫ ଯବାନ 4ଟି ଫୋର୍ସର ରାଷ୍ଟ୍ରୀୟ ସଲାମୀର ରିହରସଲରେ ପ୍ରକମ୍ପିତ ହୋଇ ଉଠିଥିଲା ପ୍ରଦର୍ଶନୀ ପଡିଆ । ସେପଟେ ଏସବୁର ସ୍ଥିତି ପରଖିଥିଲେ ପୋଲିସ ଡିଜି । ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ପରେଡ ଗ୍ରାଉଣ୍ଡର ସୁରକ୍ଷାକୁ ମଧ୍ୟ କଡାକଡି କରାଯିବ । ସିସିଟିଭି ସହ ପୋଲିସ କର୍ମଚାରୀଙ୍କ କଡା ଛାଉଣି ରହିବ ଉଭୟ ପଡିଆ ବାହାରେ ଓ ଭିତରେ । 20 ପ୍ଲାଟୁନ ପୋଲିସ ଫୋର୍ସ ସହ ବନ୍ଧୁକଧାରୀ ଯବାନ ମଧ୍ୟ ଏଥିରେ ନିୟୋଜିତ ରହିବେ ।

ବିଶେଷ କରି ପଡିଆ ବାହାରେ ବିଭିନ୍ନ ବେସରକାରୀ ବିଲ୍ଡି୍‌ଂ ରହିଥିବାରୁ ସେସବୁ ବିଲ୍ଡିଂରେ ମଧ୍ୟ ପୋଲିସ ମୁତୟନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଭିଆଇପି ଏବଂ ପରେଡରେ ଅଂଶଗ୍ରହଣ କରିଥିବା ସଦସ୍ୟଙ୍କ ସମେତ ସାଧାରଣ ଲୋକଙ୍କ ଉପସ୍ଥିତି ଉପରେ ମଧ୍ୟ କଡା ନଜର ରହିବ । ଡଗ ସ୍କ୍ବାଡ ଓ ବମ୍‌ ସ୍କ୍ବାଡ ଟିମ୍ ପଡିଆର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details