ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ବାଟବାଟୀ ବ୍ୟାଟେଲ କାଉଣ୍ଟଡାଉନ । ଆଉ ମାତ୍ର ୨ ଦିନର ଅପେକ୍ଷା । ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ । ଏ ନେଇ ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ବରରେ ପହଞ୍ଚିବେ ଉଭୟ କ୍ରିକେଟ ଟିମ । ହୋଟେଲ ମେ ଫେୟାରରେ ଦୁଇ ଦଳଙ୍କ ରହିବାର ବ୍ୟାବକ ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟଠୁ ଆରମ୍ଭ କରି ହୋଟେଲରେ ରହଣିସ୍ଥଳ ଓ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବାକୁ ବ୍ୟାପକ ଆୟୋଜନ ହୋଇଛି । ସମସ୍ତ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି DCP ପ୍ରତୀକ ସିଂ । କ୍ରିକେଟରଙ୍କ ଖାଇବା ନେଇ ଚାଇନିଜ, ଇଟାଲିୟନ, କଣ୍ଟିନେଣ୍ଟାଲ ସହ ଓଡିଆ ଡିସରେ କାକେରାପିଠା, ରସଗୋଲା, ଛେନାପୋଡ କାନିକାର ବ୍ୟବସ୍ଥା ହୋଇଥିବା କହିଛନ୍ତି ମେ ଫେୟାର ହୋଟେଲ କର୍ତ୍ତୃପକ୍ଷ ।
ଖେଳାଳିଙ୍କ ପାଇଁ ଭୁବନେଶ୍ବର ଡିସିପିଙ୍କ ସହ ବିମାନବନ୍ଦର ଅଧିକାରୀ, CISF ଅଧିକାରୀ ସହ ଆର ଆଣ୍ଡ ବି ସହ ମେଫେୟାର ହୋଟେଲ ଭଳି ୧୨ଟିମ ସହ ବୈଠକ ହୋଇଛି । ଏନେଇ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ହୋଟେଲରେ ରହିବା ସ୍ଥାନରେ ଜୋରସୋର ପ୍ରସ୍ତୁତି ହୋଇଛି । ହୋଟେଲର ସୁରସ୍ଥା ବ୍ୟବସ୍ଥା ଯାଞ୍ଚ କରିଛନ୍ତି DCP । ଖେଳାଳିଙ୍କ ସୁରକ୍ଷା ଦିଗରେ କଣ ସବୁ ପଦକ୍ଷେପ ନିଆଯାଇଛି ତାହା ବୁଲି ଦେଖିଛନ୍ତି । ଏପରିକି ହୋଟେଲ ବାହାରେ ଫ୍ୟାନ୍ସ ଗହଳି ଦୃଷ୍ଟିରୁ କିପରି ବାରିକେଡ କରାଯିବ ସେ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।