ଓଡିଶା

odisha

By

Published : Sep 27, 2020, 7:16 PM IST

ETV Bharat / city

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, ଗୋଟିଏ ଦିନରେ 255

ରାଜଧାନୀରେ ରାଜ କରୁଛି କୋରୋନା । ଗୋଟିଏ ଦିନରେ 317 ପଜିଟିଭ କେସ ରହିଥିବାବେଳେ 255 ସ୍ଥାନୀୟ କେସ ରହିଛି । ଯାହା ବିଏମସିର ଚିନ୍ତା ବଢାଉଛି ।

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ,ଗୋଟିଏ ଦିନରେ 255
ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ,ଗୋଟିଏ ଦିନରେ 255

ଭୁବନେଶ୍ବର: ରାଜଧାନୀରେ ରାଜ କରୁଛି କୋରୋନା । ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ମୋଟ 317 ପଜିଟିଭ କେସ ରହିଥିବା ବେଳେ 255ଟି ସ୍ଥାନୀୟ କେସ ରହିଛି ।

କାୟା ମେଲାଉଛି କୋରୋନା । ରାଜଧାନୀ ଭୁବନେଶ୍ବରର ପିଛା ଛାଡୁନି କୋରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ମୋଟ 317 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ କେସ ବଢିବା ଚିନ୍ତାର କାରଣ ହୋଇଛି ।

ଆଜି ଗୋଟିଏ ଦିନରେ 255 ଲୋକାଲ କେସରୁ 17ଜଣ ୟୁନିଟ 9, 12ଜଣ ଶୈଳେଶ୍ରୀ ବିହାର, 12ଜଣ ୟୁନିଟ 8, 11ଜଣ ସହିଦ ନଗର, 9ଜଣ ନୟାପଲ୍ଲୀ, 8ଜଣ ୟୁନିଟ 2, 10ଜଣ ଚନ୍ଦ୍ରଶେଖରପୁର, 6ଜଣ ଝାରପଡା, 9ଜଣ ବରମୁଣ୍ଡା, 4ଜଣ ବାପୁଜି ନଗର, 3ଜଣ ବଡଗଡ, 5ଜଣ ଚକେଇସିଆଣି, 3ଜଣ ଡମଣା ଅଞ୍ଚଳର ହୋଇଥିବାବେଳେ 9ଜଣ ନୟାପଲ୍ଲୀ, 6ଜଣ ମଞ୍ଚେଶ୍ବର, 8ଜଣ ପଟିଆ, 4ଜଣ ରସୁଲଗଡ, 3ଜଣ ସାମନ୍ତାରାୟପୁରରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ହୋମ କ୍ବାରେଣ୍ଟଟାଇନ ସେଣ୍ଟରରୁ 62ଜଣଙ୍କ ମଧ୍ୟରୁ 7ଜଣ ଶୈଳେଶ୍ରୀ ବିହାର, 3ଜଣ ଖାରବେଳ ନଗର, 5ଜଣ ଭି ଏସ ଏସ ନଗର, 4ଜଣ ୟୁନିଟ 8, 3ଜଣ ୟୁନିଟ 6, 2ଜଣ ରସୁଲଗଡ, 2ଜଣ ନୟାପଲ୍ଲୀ, 2ଜଣ ଝାରପଡା, 2ଜଣ ଚନ୍ଦ୍ରଶେଖରପୁର ଓ 3ଜଣ ବିଜେବି ନଗର, ବରଗଡରୁ ଜଣେ, ଭିମଟାଙ୍ଗିରୁ ଜଣେ, ୟୁନିଟ 9ରୁ 2ଜଣ,ଗଜପତିରୁ ଜଣେ, ପୋଖରିପୁଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ସହ ଜଣେ ସରକାରୀ ଡାକ୍ତରଖାନାର ବୋଲି ଜଣାପଡିଛି ।

ଏ ଯାଏଁ ରାଜଧାନୀରେ ମୋଟ ପଜିଟିଭ ସଂଖ୍ୟା 20ହଜାର 8ଶହ 55 ଥିବାବେଳେ 3ହଜାର 576ଟି ସକ୍ରିୟ କେସ ରହିଛି । ଅନ୍ୟପଟେ କୋରୋନାରୁ 17ହଜାର ଶହେ 76ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 86ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details