ଓଡିଶା

odisha

ETV Bharat / city

ରାଜଧାନୀମୁହାଁ ଗଞ୍ଜେଇ ବେପାରୀ, ଏସଟିଏଫ ପଞ୍ଝାରେ କନ୍ଧମାଳର 2 ବ୍ୟବସାୟୀ - କନ୍ଧମାଳରେ ଏସଟିଏଫ ଚଢାଉ

ଏସଟିଏଫ ଟିମକୁ ବଡ ସଫଳତା । କନ୍ଧମାଳ ବାଲିଗୁଡା ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍‌ । ଏହି ବ୍ୟବସାୟୀ ଦୁହେଁ ହେଲେ ବାଲିଗୁଡା ଥାନା ଡୁଗେଇପୁର ଅଞ୍ଚଳର ହେମନ୍ତ ଦିଗଲ ଓ ଭାସ୍କର ମଲ୍ଲିକ ।

increasing ganja business in bhubaneswar, ganja business, ganja, ganja business from kandhamal to bhubaneswar, stf team raids in kandhamal, stf, ଭୁବନେଶ୍ବର ମୁହାଁ ଗଞ୍ଜେଇ ବ୍ୟବସାୟୀ, ଗଞ୍ଜେଇ ବ୍ୟବସାୟ, ଗଞ୍ଜେଇ, କନ୍ଧମାଳରୁ ଭୁବନେଶ୍ବର ଗଞ୍ଜେଇ ଚେର, କନ୍ଧମାଳରେ ଏସଟିଏଫ ଚଢାଉ, ଏସଟିଏଫ
ରାଜଧାନୀ ମୁହାଁ ଗଞ୍ଜେଇ ବେପାରୀ, ଏସଟିଏଫ ପଞ୍ଝାରେ କନ୍ଧମାଳର 2 ବ୍ୟବସାୟୀ

By

Published : Jul 4, 2020, 8:22 PM IST

ଭୁବନେଶ୍ବର: ଏସଟିଏଫ ଟିମ୍‌ ହାତରେ ବଡ ସଫଳତା । କନ୍ଧମାଳ ବାଲିଗୁଡା ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍‌ । ଏହି ବ୍ୟବସାୟୀ ଦୁହେଁ ହେଲେ ବାଲିଗୁଡା ଥାନା ଡୁଗେଇପୁର ଅଞ୍ଚଳର ହେମନ୍ତ ଦିଗଲ ଓ ଭାସ୍କର ମଲ୍ଲିକ । ଉଭୟ ରାଜଧାନୀରେ ଗଞ୍ଜେଇ ସପ୍ଲାଏ କରୁଥିବା ବେଳେ ଏସଟିଏଫ ଟିମ୍‌ ତାଙ୍କୁ ଗିରଫ କରି ସେମାନଙ୍କଠାରୁ 1 କ୍ବିଣ୍ଟାଲ 16 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ।

ରାଜଧାନୀ ମୁହାଁ ଗଞ୍ଜେଇ ବେପାରୀ, ଏସଟିଏଫ ପଞ୍ଝାରେ କନ୍ଧମାଳର 2 ବ୍ୟବସାୟୀ

ସୂଚନା ମୁତାବକ ଲକଡାଉନ ସମରେ ଗଞ୍ଜେଇ ଚାଲାଣ ହୋଇପାରୁନଥିବାରୁ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ରାଜଧାନୀମୁହାଁ ହୋଇଛନ୍ତି ଗଞ୍ଜେଇ ବେପାରୀ । ଏନେଇ କନ୍ଧମାଳରୁ ଏବେ ଅନେକ ବ୍ୟବସାୟୀ ଭୁବନେଶ୍ବରରେ ସପ୍ଲାଏ ଆରମ୍ଭ କରିଥିବା ଜଣାପଡିଛି । ଗତ ଜୁଲାଇ 3 ତାରିଖରେ ଖଣ୍ଡଗିରି ଅଞ୍ଚଳରୁ 80 କିଲେଗ୍ରାମ ଗଞ୍ଜେଇ ଓ ଏକ କାର ସହ 3 ଅଭିୟୁକ୍ତଙ୍କ ଗିରଫ ହୋଇଥିଲେ ।

ରାଜଧାନୀ ମୁହାଁ ଗଞ୍ଜେଇ ବେପାରୀ, ଏସଟିଏଫ ପଞ୍ଝାରେ କନ୍ଧମାଳର 2 ବ୍ୟବସାୟୀ

ଶନିବାର ମଧ୍ୟ ଏହିପରି ଏକ ସପ୍ଲାଏ ଆସୁଥିବା ସୂଚନା ପାଇ ଏସଟିଏଫ ଟିମ କନ୍ଧମାଳରେ ଚଢାଉ ଆରମ୍ଭ କରିଥିଲା । ଫଳରେ ଭୁବନେଶ୍ବର ଆସିବା ପୂର୍ବରୁ ହିଁ ବ୍ୟବସାୟୀ ଏସଟିଏଫ ହାତରେ ଧରା ପଡିଥିଲେ । ସମ୍ପୃକ୍ତ ଘଟଣାରେ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଏନଡିପିଏସ ଧାରା 1985 ଅନୁଯାୟୀ 20(ବି)(ii)(ସି) ଆଧାରରେ ଗିରଫ କରାଯାଇଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details