ଓଡିଶା

odisha

ETV Bharat / city

ବଢିଲା ଆରଟିଓଙ୍କ କ୍ଷମତା

ଆନ୍ତଃରାଜ୍ୟ ସ୍ୱତନ୍ତ୍ର ପରମିଟ୍‌ ପାଇବା ନିମନ୍ତେ ସଂପୃକ୍ତ ବସ୍‌ ମାଲିକ ଓ ସେମାନଙ୍କ ପ୍ରତିନିଧିମାନେ ପ୍ରତିଦିନ ବହୁସଂଖ୍ୟାରେ ଆସୁଥିବାରୁ ତାହା ହ୍ରାସ କରିବା ନିମନ୍ତେ ବିଭିନ୍ନ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (ଆର୍‌ଟିଓ)ଙ୍କ କାର୍ଯ୍ୟାଳୟରୁ ପରମିଟ୍‌ ନେବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ..

ବଢିଲା ଆରଟିଓଙ୍କ କ୍ଷମତା
ବଢିଲା ଆରଟିଓଙ୍କ କ୍ଷମତା

By

Published : Sep 3, 2020, 11:00 PM IST

ଭୁବନେଶ୍ବର:ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ବେସରକାରୀ ଯାନ ବାହନ (ଷ୍ଟେଜ୍‌ ଓ କଣ୍ଟ୍ରାକଫ କ୍ୟାରେଜ୍‌)ର ଆନ୍ତଃରାଜ୍ୟ ସ୍ୱତନ୍ତ୍ର ପରମିଟ୍‌ ପାଇବା ନିମନ୍ତେ ସଂପୃକ୍ତ ବସ୍‌ ମାଲିକ ଓ ସେମାନଙ୍କ ପ୍ରତିନିଧିମାନେ ପ୍ରତିଦିନ ବହୁସଂଖ୍ୟାରେ ଆସୁଥିବାରୁ ତାହା ହ୍ରାସ କରିବା ନିମନ୍ତେ ବିଭିନ୍ନ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ(ଆର୍‌ଟିଓ)ଙ୍କ କାର୍ଯ୍ୟାଳୟରୁ ପରମିଟ୍‌ ନେବା ପାଇଁ ପରାମର୍ଶ ଦିଆଯାଇଛି ।

ବଢିଲା ଆରଟିଓଙ୍କ କ୍ଷମତା

ଆର୍‌ଟିଓ ଅଫିସ୍‌ଗୁଡ଼ିକ ଯଥାସମ୍ଭବ ଏକାଦିନରେ ପରମିଟ୍‌ ପ୍ରଦାନ କରିବେ । ‘ବାହନ ଆପ୍‌’ ମାଧ୍ୟମରେ ଅନ୍‌ଲାଇନ ପରମିଟ୍‌ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଦୃଷ୍ଟିରେ ରଖି ତା.୩୧/୧୨/୨୦୨୦ରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି କୁହାଯାଇଛି । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏ ସଂପର୍କିତ ଆଦେଶନାମା ଜାରି କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details