ଓଡିଶା

odisha

ETV Bharat / city

ଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ପ୍ରତିଷ୍ଠା ହେଲା ନୂଆ ଟିସୁ କଲଚର ଲ୍ୟାବ

ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା ବିଜ୍ଞାନ କେନ୍ଦ୍ରରେ ଆରମ୍ଭ ହେଲା 73 ଲକ୍ଷ ଟଙ୍କାର ଆର୍କିଡିୟମ । ଯାହାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରା ଆରୁଖ ଉଦଘାଟନ କରିଛନ୍ତି ।

By

Published : Jun 28, 2019, 11:57 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଫୁଲ ଚାଷୀଙ୍କ ପାଇଁ ଖୋଲିଲା ରେଜଗାରର ନୂଆ ବାଟ । ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା ବିଜ୍ଞାନ କେନ୍ଦ୍ରରେ ଆରମ୍ଭ ହେଲା 73 ଲକ୍ଷ ଟଙ୍କାର ଆର୍କିଡିୟମ । ଯାହାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରା ଆରୁଖ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅର୍କିଡ଼ ଫୁଲ ଯାହା ବର୍ତ୍ତମାନ ବିବାହ ଓ ପାର୍ଟିରେ ବେଶ ଶେଭା ପାଉଛି । କାରଣ ଏହି ଫୁଲ ଦୀର୍ଘଦିନ ଧରି ସତେଜ ରୁହେ । ଲୋକଙ୍କ ପସନ୍ଦକୁ ଆଖି ଆଗରେ ରଖି ଓଡିଶାରେ ଏହି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରରେ ଏବେ ଅର୍କିଡ଼ ଫୁଲକୁ ନେଇ ଆରମ୍ଭ ହେଇଛି 73 ଲକ୍ଷର ଟିସୁ କଲଚର ଲ୍ୟାବ । ଯାହାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସହ ମିଳିତ ଚେଷ୍ଟାରେ ଏହି ଲ୍ୟାବ ତିଆରି କରାଯାଇଥିବା ବେଳେ ଶିମିଳିପାଳ, ମହେନ୍ଦ୍ରଗିରି, କେନ୍ଦୁଝର ଆଦି ଅଞ୍ଚଳରେ ଦେଖା ଯାଉଥିବା ଅର୍କିଡ଼ ଫୁଲ ସହ 217ଟି ହାଇବ୍ରିଡ଼ ଅର୍କିଡ଼ ମଧ୍ୟ ଏଠାରେ ସ୍ଥାନ ପାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details