ଓଡିଶା

odisha

ETV Bharat / city

ଆଭ୍ୟନ୍ତରୀଣ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି - ଓଡ଼ିଶାରେ ବିଜୁଳି ଘଡଘଡି ବର୍ଷା

୧୬ ତାରିଖରୁ ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ସୋମବାର ପାଗ ଶୁଖିଲା ରହିବ । ଅଧିକ ପଢନ୍ତୁ...

ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା
ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା

By

Published : Feb 14, 2021, 8:20 PM IST

ଭୁବନେଶ୍ୱର: ୧୬ ତାରିଖରୁ ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ସୋମବାର ପାଗ ଶୁଖିଲା ରହିବ । ତେବେ ୧୬ ତାରିଖରୁ ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ବର୍ଷା ହେବ ।

ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା

ବିଶେଷକରି ୧୬ ତାରିଖରେ ରାୟଗଡା, ଗଜପତି, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା

ଗତ ୨୪ ଘଣ୍ଟାରେ ଫୁଲବାଣୀ ଓ ବୌଦ୍ଧରେ ରାତ୍ରି ତାପମାତ୍ରା ସର୍ବନିମ୍ନ ରହିଛି । ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୧୩ ରୁ ୧୭ ଡିଗ୍ରୀ ତାପମାତ୍ରା ରହିଛି । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୪.୬ ରହିଛି ।

ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା
ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details