ଭୁବନେଶ୍ବର: ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ । ଏଥିପାଇଁ ଗଣମାଧ୍ୟମରେ ୧୨ ତାରିଖରେ ଆପତ୍ତି ଅଭିଯୋଗ ଶୁଣିବା ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।
ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ପ୍ଲାଷ୍ଟିକ ବ୍ୟାନ ପାଇଁ ଘୋଷଣା କରିଛନ୍ତି । ଓଡିଶାକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ଏକକ ପ୍ଲାଷ୍ଟିକ ବ୍ୟବହାର ହେଉଥିବାକୁ ବ୍ୟାନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।