ଭୁବନେଶ୍ବର: ମହାମାରୀ କୋରୋନାରୁ ଶନିବାର ରାଜ୍ୟରେ 2400 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ କଟକରୁ 410 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 27ହଜାର 926 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ତେବେ ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 399, ପୁରୀରୁ 129, ବଲାଙ୍ଗୀରରୁ 10, ଝାରସୁଗୁଡ଼ାରୁ 7, ବରଗଡ଼ରୁ ୧୩, ନବରଙ୍ଗପୁରରୁ ୧୬, ସମ୍ବଲପୁରରୁ ୨୧, ଯାଜପୁରରୁ ୯୯, କଳାହାଣ୍ଡିରୁ ୯, ମୟୂରଭଞ୍ଜରୁ 100, ରାୟଗଡ଼ାରୁ ୩୩, ଗଞ୍ଜାମରୁ ୩, କେନ୍ଦୁଝରରୁ ୮୩, ନୟାଗଡ଼ରୁ ୮୫, ସୋନପୁରରୁ ୬, ଜଗତସିଂହପୁରରୁ ୧୦୯, କୋରାପୁଟରୁ ୪୫, ବାଲେଶ୍ବରରୁ ୧୬୪, ଭଦ୍ରକରୁ ୯୪, ଗଜପତିରୁ ୧, କେନ୍ଦ୍ରାପଡ଼ାରୁ ୧୯୬, ଦେବଗଡ଼ରୁ ୫, କନ୍ଧମାଳରୁ ୧୫, ମାଲକାନଗିରିରୁ 50, ଢ଼େଙ୍କାନାଳରୁ ୭୧, ବୌଦ୍ଧରୁ ୧୯ ଓ ଷ୍ଟେଟ୍ ପୁଲ୍ରୁ ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।