ଭୁବନେଶ୍ବର: ଗାଁରେ ସଂକ୍ରମଣ ବଢୁଥିବା ବେଳେ ଗାଁର ଲୋକମାନେ ସହରକୁ ଯିବା ଆସିବା କରୁଛନ୍ତି । ଛୋଟ ଛୋଟ ମେଳାଉତ୍ସବ କରୁଛନ୍ତି । କୋଭିଡ ଗାଇଡ଼ ଲାଇନକୁ ମାନୁନାହାନ୍ତି । ଅନ୍ୟପଟେ ଯଦି 19 ତାରିଖ ଭିତରେ ସଂକ୍ରମଣ ନିୟନ୍ତ୍ରଣ ନହୁଏ ତେବେ ସରକାର ବାଧ୍ୟହେବେ ଲାକଡାଉନ ଅବଧି ବଢାଇବାକୁ ।
ଗାଁରେ ବଢୁଛି ସଂକ୍ରମଣ, ନିୟନ୍ତ୍ରଣ ନହେଲେ ବଢିବ ଲକଡାଉନ
ପୂର୍ବ ଅପେକ୍ଷା କରୋନା ସଂକ୍ରମଣ କମିଛି । ଯେଉଁ ଗ୍ରାଫ ପିକ ହେଉଥିଲା ତାହା ଫ୍ଲାଟ ହୋଇ ରହିଛି । ଲୋକମାନ ଚାହିଁଲେ କରୋନା ବ୍ୟାପିବାରେ ରୋକ ଲଗାଯାଇପାରିବ । ଦୈନିକ 10 ରୁ 12 ହଜାର ସଂକ୍ରମଣ ସଂଖ୍ୟା ରହୁଛି । ସରକାରଙ୍କ କଥା ମାନି ଚାଲନ୍ତୁ ଏବଂ ସମସ୍ତେ କୋଭିଡ ନିୟମ ମାନନ୍ତୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।
ଗ୍ରାମରେ ଅଧିକରୁ ଅଧିକ ସଂକ୍ରମଣ ବଢୁଛି, ସହରରୁ ଲୋକମାନେ ଗ୍ରାମକୁ ଯାଉଛନ୍ତି । ଗାଁ ଲୋକମାନେ କୋଭିଡ ନିୟମ ମାନୁ ନାହାନ୍ତି । ଲୁଚା ଛପାରେ ଭୋଜିଭାତ କରୁଛନ୍ତି । ତେଣୁ, ଗାଁ ଗୁଡିକରେ ସଂକ୍ରମଣ ବୃଦ୍ଧି ଘଟୁଛି । 19 ତାରିଖ ସୁଦ୍ଧା ଯଦି ସଂକ୍ରମଣ ନିୟନ୍ତ୍ରନକୁ ନଆସେ ତେବେ ସରକାର ଲାକଡାଉନ ଅବଧି ବୃଦ୍ଧି କରିବାକୁ ନିଶ୍ଚିତ ବାଧ୍ୟ ହେବେ । କରୋନା ବାରମ୍ବାର ନିଜର ଷ୍ଟ୍ରେନ ବଦଳାଉଛି । ଯେକୌଣସି ଭାଇରସ ନିଜର ଷ୍ଟ୍ରେନ ବଢ଼ାଇଥାଏ । ରେଣୁ ଲୋକମାନଙ୍କୁ ଅନୁରୋଧ ଆତଙ୍କିତ ହୁଅନ୍ତୁ ନାହିଁ ଏବଂ କୋଭିଡ ନିୟମ ମାନି ଚଲିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ