ଭୁବନେଶ୍ବର: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ (୨୦୧୦ ରୁ ୨୦୨୦) କେତୋଟି ବାତ୍ୟା ଓ ବଡ ଧରଣର ବାତ୍ୟା, କେତେ ଥର ଭୟଙ୍କର ମରୁଡି, କେତୋଟି ପ୍ରଳୟଙ୍କାରୀ ବନ୍ୟା ହୋଇଛି । କେତେ କଣ କ୍ଷତି ହୋଇଛି । କେନ୍ଦ୍ର ସରକାର ଏହି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ବାବଦକୁ କେତେ ସହାୟତା ପ୍ରଦାନ କରିଛନ୍ତି । ଆଜି ବିଧାନସଭାରେ ଏହା ଜାଣିବା ପାଇଁ ଚାହିଁଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ।
ଜବାବରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (State Disaster Response Fund) ରେ କେନ୍ଦ୍ର ସରକାରଙ୍କ ଅଶଂଧନ ବାବଦକୁ ୭୫ ପ୍ରତିଶତ ଓ ରାଜ୍ୟର ଅଶଂଧନ ୨୫ ପ୍ରତିଶତ ଅଟେ । ଏହି ଅର୍ଥ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଖର୍ଚ୍ଚ ହୋଇଥାଏ । ଆବଶ୍ୟକ ସ୍ଥଳେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି (National Disaster Response Fund) ରୁ ମଧ୍ୟ ସହାୟତା ପ୍ରଦାନ କରିଥାନ୍ତି ।