ଓଡିଶା

odisha

ETV Bharat / city

ଆଗାମୀ 24 ଘଣ୍ଟାରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା - ଆଗାମୀ 24 ଘଣ୍ଟାରେ ମଧ୍ୟମ ଧରଣର ବର୍ଷା

ଆଗାମୀ 24 ଘଣ୍ଟାରେ ନୟାଗଡ଼, ମୟୁରଭଞ୍ଜ, କଟକ, ପୁରୀ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା ରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପଣିପାଗ ବିଜ୍ଞାନ କେନ୍ଦ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 22, 2019, 3:35 AM IST

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବର୍ଷା ସ୍ବଭାବିକ । ବଙ୍ଗୋପସାଗର ରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଆଗାମୀ 24 ଘଣ୍ଟାରେ ନୟାଗଡ଼, ମୟୁରଭଞ୍ଜ, କଟକ, ପୁରୀ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା ରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପଣିପାଗ ବିଜ୍ଞାନ କେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରବିବାର ଠାରୁ ବର୍ଷାର ପରିମାଣ ବଢିବା ନେଇ ଅନୁମାନ କରାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ କୌଣସି ବାରଣ ନାହିଁ । ଗତ 24 ଘଣ୍ଟାରେ କଟକ ଜିଲ୍ଲା ନିଆଳିରେ ସର୍ବାଧିକ 30ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଜୁନ ପହିଲାରୁ ସେପ୍ଟେମ୍ବର 21 ପର୍ଯ୍ୟନ୍ତ ରାଜ୍ୟରେ ସ୍ବଭାବିକ ବର୍ଷା ହୋଇଛି । ବାଲେଶ୍ବର ଜିଲ୍ଲାରେ 30 ପ୍ରତିଶତ ନିଆଣ୍ଟିଆ ବର୍ଷା ରେକର୍ଡ ହୋଇଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details