ଭୁବନେଶ୍ବର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି । ରାଜନୈତିକ ଦଳ ମାନେ ନିଜ ନିଜ ରଣନୀତି ଓ ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ଦାବି କରିଛି ରାଜ୍ୟ କଂଗ୍ରେସ ।
ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ସୀମାବର୍ତ୍ତୀ ଜିଲ୍ଲାର ଲୋକେ ଛତିଶଗଡ ସରକାରର ବିଭିନ୍ନ କାର୍ଯ୍ୟକ୍ରମ ଦେଖୁଛନ୍ତି । ସେଠି ଧାନ କ୍ବିଣ୍ଟାଲ ପିଛା 25 ଶହରେ ସରକାର କିଣୁଛନ୍ତି । ହେଲେ ଏଠି ଭୋଟ ପାଇଁ ସରକାର ଲାଞ୍ଚ ଦେଉଛନ୍ତି । କେନ୍ଦ୍ରରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଅଛି । ରାଜ୍ୟରେ ମଧ୍ୟ ଉଭୟ ଦଳ ମଧ୍ୟରେ ବୁଝାମଣା ରହିଛି ।