ଭୁବନେଶ୍ବର: ରାଜ୍ୟରେ ବେକାବୁ ହେଲାଣି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଏବେ ରେକର୍ଡ ଭାଙ୍ଗୁଛି । ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଏବେ ସବୁଠି ଭୟର ବାତାବରଣ । ଶନିବାର ଦୈନିକ ସଂକ୍ରମଣ 10 ହଜାର ପାର କରିଥିବା ବେଳେ ଗତ 24 ଘଣ୍ଟାରେ ରାଜ୍ୟରେ 8 ହଜାର 15 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1275 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଉପର ମୁହାଁ କୋରୋନା ଗ୍ରାଫ: 24 ଘଣ୍ଟାରେ 8 ହଜାର 15 ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା
ରାଜ୍ୟରେ ବେକାବୁ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି ଚିହ୍ନଟ ହେଲେ 8 ହଜାର 15 ଆକ୍ରାନ୍ତ । ଅଧିକ ପଢନ୍ତୁ...

ସେହିପରି ସୁନ୍ଦରଗଡରୁ 735, ଅନୁଗୁଳରୁ 525, କଟକରୁ 482, ସମ୍ବଲପୁରରୁ 441, ବରଗଡରୁ 390, ଝାରସୁଗୁଡାରୁ 386, ନବରଙ୍ଗପୁରରୁ 320, ପୁରୀରୁ 306, ନୂଆପଡାରୁ 264, ସୋନପୁରରୁ 207, ଯାଜପୁରରୁ 194, ମୟୂରଭଞ୍ଜରୁ 199, ବଲାଙ୍ଗୀରରୁ 198, କଳାହାଣ୍ଡିରୁ 174, ନୟାଗଡରୁ 187, ଗଞ୍ଜାମରୁ 169, ରାୟଗଡାରୁ 154, ଜଗତସିଂହପୁରରୁ 149, କୋରାପୁଟ 127, ଗଜପତିରୁ 120, ବାଲେଶ୍ବରରୁ 100, ଭଦ୍ରକରୁ 145, ବୌଦ୍ଧରୁ 103, ଦେବଗଡରୁ 101, ଢେଙ୍କାନାଳରୁ 86, କନ୍ଧମାଳରୁ 61, କେନ୍ଦ୍ରାପଡାରୁ 70, କେନ୍ଦୁଝରରୁ 75, ମାଲକାନଗିରିରୁ 36, ଏବଂ ଷ୍ଟେଟ ପୁଲରୁ 236 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ଲକ୍ଷ 62 ହଜାର 622କୁ ବୃଦ୍ଧି ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ