ଓଡିଶା

odisha

ETV Bharat / city

ନୂଆବର୍ଷରୁ ଖୋଲିବ ସରକାରୀ ଅଫିସ, ଟ୍ବିନସିଟିରେ ସର୍ବାଧିକ ୭୫% କର୍ମଚାରୀରେ ଚାଲିବ ଅଫିସ - ୭୫ ପ୍ରତିଶତ କର୍ମଚାରୀ

କଟକ ଓ ଭୁବନେଶ୍ବରରେ ଥିବା ସରକାରୀ ଅଫିସରେ ସର୍ବାଧିକ 75 ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଟ୍ବିନସିଟିରେ ସର୍ବାଧିକ ୭୫ ପ୍ରତିଶତ କର୍ମଚାରୀ
ଟ୍ବିନସିଟିରେ ସର୍ବାଧିକ ୭୫ ପ୍ରତିଶତ କର୍ମଚାରୀ

By

Published : Dec 30, 2020, 4:44 PM IST

Updated : Dec 30, 2020, 8:23 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ କଟକ ଓ ଭୁବନେଶ୍ବରରେ ଥିବା ସରକାରୀ ଅଫିସରେ ସର୍ବାଧିକ 75 ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରାଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଟ୍ବିନସିଟିରେ ସର୍ବାଧିକ ୭୫ ପ୍ରତିଶତ କର୍ମଚାରୀ

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଆସନ୍ତା ଜାନୁଆରୀ 2021 ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସମସ୍ତ ବିଭାଗୀୟ ଓ ଅଧିନସ୍ଥ କାର୍ଯ୍ୟାଳୟରେ ୭୫ ପ୍ରତିଶତ କର୍ମଚାରୀ ରହିବେ । ଯେଭଳି କୌଣସି ସରକାରୀ କାର୍ଯ୍ୟ ବାଧା ନହୁଏ, ସେଥିପାଇଁ ଧ୍ୟାନ ଦେବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ରହିଛି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଗାଇଡଲାଇନ

ଏହାସହ ଜରୁରୀକାଳୀନ ସେବାରେ ଥିବା ବିଭାଗ ଗୁଡିକ କିଏ ଅଫିସ ଆସିବେ, ସେନେଇ ଉଚ୍ଚ ପଦସ୍ତ ଅଫିସର ନିଷ୍ପତ୍ତି ନେବେ । ଏସଆରସି, ଓସଡମା, ଫାୟାର, ସ୍ଵାସ୍ଥ୍ୟବିଭାଗ ଏବଂ ବିଏମସି ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଶତ ପ୍ରତିଶତ ଆସିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Dec 30, 2020, 8:23 PM IST

ABOUT THE AUTHOR

...view details