ଓଡିଶା

odisha

ETV Bharat / city

କୋରୋନାରେ ପିଲାଙ୍କ ସ୍ବଚ୍ଛତାକୁ ଧ୍ୟାନ ଦେଉଛନ୍ତି ପିତାମାତା

ସାରା ବିଶ୍ବରେ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି । ଲକଡାଉନ ପାଇଁ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି । ବହୁତ ଦିନ ଘରେ ରହିବାପରେ ପିଲାମାନେ ବିରକ୍ତି ହେଉଥିବାରୁ ପିତାମାତା ଓ ଅଭିଭାବକମାନେ ସେମାନଙ୍କୁ ବାହାରକୁ ଖେଳିବାକୁ ଛାଡୁଛନ୍ତି । ଏହା ସହ ଫେରିବା ସମୟରେ ଘରକୁ ପ୍ରବେଶ ପୂର୍ବରୁ ହାତ ଧୁଆଇବା ସହ ପିଲାର ସ୍ବଚ୍ଛତାକୁ ଦୃଷ୍ଟି ଦେଉଛନ୍ତି ସେମାନେ । ଅଧିକ ପଢନ୍ତୁ...

କୋରୋନାରେ ପିଲାଙ୍କ ସ୍ବଚ୍ଛତାକୁ ଧ୍ୟାନ ଦେଉଛନ୍ତି ପିତାମାତା
କୋରୋନାରେ ପିଲାଙ୍କ ସ୍ବଚ୍ଛତାକୁ ଧ୍ୟାନ ଦେଉଛନ୍ତି ପିତାମାତା

By

Published : Jun 29, 2020, 6:13 PM IST

ଭୁବନେଶ୍ବର: ସାରା ବିଶ୍ବରେ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି । ଲକଡାଉନ ପାଇଁ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି । ବହୁତ ଦିନ ଘରେ ରହିବାପରେ ପିଲାମାନେ ବିରକ୍ତି ହେଉଥିବାରୁ ପିତାମାତା ଓ ଅଭିଭାବକମାନେ ସେମାନଙ୍କୁ ବାହାରକୁ ଖେଳିବାକୁ ଛାଡୁଛନ୍ତି । ଏହା ସହ ଫେରିବା ସମୟରେ ଘରକୁ ପ୍ରବେଶ ପୂର୍ବରୁ ହାତ ଧୁଆଇବା ସହ ପିଲାର ସ୍ବଚ୍ଛତାକୁ ଦୃଷ୍ଟି ଦେଉଛନ୍ତି ସେମାନେ ।

କୋରୋନାରେ ପିଲାଙ୍କ ସ୍ବଚ୍ଛତାକୁ ଧ୍ୟାନ ଦେଉଛନ୍ତି ପିତାମାତା

ଦୀର୍ଘଦିନ ଧରି ଲକଡାଉନ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇଛି । ସାଧାରଣତଃ ଖେଳାବୁଲା କରୁଥିବା ପିଲାର ମାନସିକ ସ୍ଥିତି ମଧ୍ୟ ଏହା ବିଶେଷ ପ୍ରଭାବ ପକାଇଛି । ତେଣୁ ପିତାମାତାମାନେ ପିଲାଙ୍କ ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଦୀର୍ଘ 3 ମାସରୁ ଅଧିକ ସମୟ ଧରି ଘରେ ରହୁଥିବାରୁ ପିଲାମାନେ ପିତାମାତାଙ୍କୁ ଅନେକ ସମସ୍ୟାରେ ପକାଉଛନ୍ତି । ଅନେକ ସମୟରେ ପିଲାମାନେ ଜିଦ ଧରୁଛନ୍ତି ବାହାରକୁ ଯିବାକୁ । ଏପରି ସ୍ଥଳେ ପିତାମାତା ମଧ୍ୟ ପରିସ୍ଥିତିକୁ ବୁଝି ପିଲାଙ୍କୁ ବାହାରକୁ ଖେଳବୁଲା କରିବାକୁ ଛାଡୁଛନ୍ତି । ଅଭିଭାବକମାନଙ୍କୁ ଏଥିପାଇଁ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡୁଛି । ଯେତେବେଳେ ପିଲାମାନେ ଘରକୁ ପ୍ରବେଶ କରୁଛନ୍ତି ବି ପିଲାର ସ୍ବଚ୍ଛତାକୁ ଦୃଷ୍ଟି ଦେଉଛନ୍ତି ପିତାମାତା ।

ଝାରପଡା ଅଞ୍ଚଳର ଆରତୀ ପଟ୍ଟନାୟକ କୁହନ୍ତି ଯେ, କୋରୋନାରେ ପିଲାଙ୍କ ଯତ୍ନକୁ ନେଇ ସେ ବହୁତ ଚିନ୍ତିତ ରହୁଛନ୍ତି । ପିଲାମାନେ କିପରି ସୁରକ୍ଷିତ ରହିବେ ସେଥିପାଇଁ ସ୍ବତନ୍ତ୍ର ନଜର ରଖିବାକୁ ପଡୁଥିବା କହିଛନ୍ତି । ପିଲାମାନେ ଘରକୁ ପ୍ରବେଶ କରିବା ପୂର୍ବରୁ ହାତକୁ ଭଲ କରି ଧୋଇବା ସହ ଚପଲ କି ଜୋତା ବାହାରେ ରଖାଯାଉଛି । ପିଲାମାନେ ପିନ୍ଧିଥିବା ଡ୍ରେସ ଧୋଇବା ସହ ପିଲାଙ୍କୁ ସଫାସୁତରା ରଖାଯାଉଛି । ଏହି ସମୟରେ ପିଲାମାନେ ବାହାରେ ବୁଲିବାକୁ ଜିଦ କରୁଛନ୍ତି । ଯାହା ଫଳରେ ଅନେକ ସମୟରେ ପିତାମାତା ଆଶଙ୍କାରେ ରହୁଛନ୍ତି ।

ବରଗଡର ବିରେନ୍ଦ୍ର କର କୁହନ୍ତି ଯେ, ପିଲାମାନେ ଘରେ ଅଧିକ ଦିନ ରହିଲା ପରେ ଚିଡଚିଡା ପଣ ଦେଖାଉଛନ୍ତି । କୋରୋନା ସମୟରେ ପିଲାଙ୍କୁ ବାହାରକୁ ଛାଡିବାକୁ ଭୟ ଲାଗିଥିବା ବେଳେ ପିଲାଙ୍କ ଜିଦ ଆଗରେ ସବୁ ମଉଳିଯାଉଛି । ପିଲାମନେ ଯେତେବେଳେ ବାହାରୁ ଖେଳାଖେଳି କରି ଘରକୁ ଆସୁଛନ୍ତି ସେହି ସମୟରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ପଡୁଛି । ପିଲା ଆପାର୍ଟମେଣ୍ଟ ଛଡ଼ା ଅନ୍ୟ କୌଣସି ପିଲାଙ୍କ ସହ ମିଳାମିଶା କରିଛନ୍ତି କି ନାହିଁ । ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ, ସେ ସବୁ ନଜର ରଖିବାକୁ ପଡୁଛି । ଯେତେବେଳେ ପିଲାମାନେ ଘରକୁ ଫେରୁଛନ୍ତି ସେହି ସମୟରେ ସମସ୍ତ ଡ୍ରେସକୁ ଧୋଇବା ସହ ସାବୁନ ଦ୍ବାରା ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି ।

ସେହିପରି ଭାବରେ ପ୍ରଦ୍ୟୁମ୍ନ ଦାସ କହିଛନ୍ତି ଯେ, କୋଭିଡ ଆରମ୍ଭ ଦିନରୁ ପିଲାଙ୍କୁ ନେଇ ଚଳିବା କଷ୍ଟକର ହୋଇପଡୁଛି। ଯଦି ପିଲାମାନେ ଘରପାଖରେ ବୁଲାବୁଲି କରୁଛନ୍ତି, ତେବେ ସେମାନଙ୍କ ପାଖରେ ଜଣେ ବ୍ୟକ୍ତି ରହୁଛନ୍ତି । ଯାହାଦ୍ବାରା କୌଣସି ପିଲା ଅଜଣା ବ୍ୟକ୍ତିଙ୍କ ସହ ସଂସ୍ପର୍ଶରେ ନ ଆସନ୍ତୁ ତାହା ନଜର ରଖାଯାଉଛି । ଏହାକୁ ନେଇ ଶିଶୁ ବିଶେଷଜ୍ଞ କହିଛନ୍ତି ଯେ, ‘ଏହି ସମୟରେ ପିଲାଙ୍କୁ ବାହାରକୁ ଛାଡିବା ଉଚିତ ନୁହେଁ । କାରଣ ଯେହେତୁ ଏକ ମହାମାରୀ ସମୟରେ ପିଲାଙ୍କୁ ଘରେ ରହିବାକୁ ପଡିବ । ବାହାରକୁ ନ ଛାଡି ଘରେ ଅଭିଭାବକମାନେ ଇଣ୍ଡୋର ଗେମ ଖେଳିବାକୁ ଦେବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details