ଓଡିଶା

odisha

ETV Bharat / city

ଗୋଟେ ଦିନରେ 126 କୋରୋନା ଆକ୍ରାନ୍ତ, ମଞ୍ଚେଶ୍ବର ହେଉଛି ସୁପର ସ୍ପେଡର!

ଭୁବନେଶ୍ବରରେ ଆଜି(ଗୁରୁବାର) 126 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ମଞ୍ଚେଶ୍ବରରୁ ସର୍ବାଧିକ 35 ଚିହ୍ନଟ ହୋଇଛନ୍ତି । ଆଜି 126 ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ 93 ଓ 33 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି ।

By

Published : Jul 23, 2020, 5:44 PM IST

Mancheswar is a super spider!
ଗୋଟେ ଦିନରେ126 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ କୋରୋନା ସଂକ୍ରମଣ ବଢି ଚାଲିଥିବାବେଳେ ମଞ୍ଚେଶ୍ବର ପାଲଟିଛି ସୁପର ସ୍ପେଡର! ଭୁବନେଶ୍ବରରେ ଆଜି(ଗୁରୁବାର) 126 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ମଞ୍ଚେଶ୍ବରରୁ ସର୍ବାଧିକ 35 ଚିହ୍ନଟ ହୋଇଛନ୍ତି । 126 ଚିହ୍ନଟ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 93 ଓ 33 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରର ମଞ୍ଚେଶ୍ବରରେ ଯେପରି ହୁ ହୁ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଭୁବନେଶ୍ବରରେ 93 ଜଣ ହୋମ କ୍ଵରେଣ୍ଟାଇନ କେନ୍ଦ୍ରରେ ରହିଥିବାବେଳେ ସେଥିରୁ 35 ମଞ୍ଚେଶ୍ବର ଅଞ୍ଚଳ, 9 ଚନ୍ଦ୍ରଶେଖରପୁର ଅଞ୍ଚଳ, 7 ୟୁନିଟ-2 ଏମଜି ରୋଡ଼, 4 ରସୁଲଗଡ ଓ ସିସି କଲୋନୀ ଅଞ୍ଚଳର, 4 ଏକ ଘରୋଇ ହସ୍ପିଟାଲର କର୍ମଚାରୀ ଓ 3 ଜଣ ରିଜର୍ଭ ପୋଲିସ କଲୋନୀରୁ ଚିହ୍ନଟ ହୋଇଥିବା ଜଣାପଡିଛି।

ସେହିପରିଭାବେ 2 ଗଙ୍ଗନଗର, 2 ଆଟେଣ୍ଡାଣ୍ଟ ଏକ ଘରୋଇ ହସ୍ପିଟାଲର, 2 ନୟାପଲ୍ଲୀ ଅଞ୍ଚଳର, 2 ଜଣ ବାହାର ଜିଲ୍ଲାର କୋରୋନା ପଜିଟିଭ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ସେହିପରି ଭାବରେ ନୟାପଲ୍ଲୀର ନୂଆସାହି, ଗଜପତି ନଗର, ସୁନ୍ଦରପଦା, ସାମନ୍ତରାୟପୁର, ୟୁନିଟ-4, ପାଣ୍ଡରା, ଡୁମଡୁମା, ପଳାଶୁଣୀ, ଶୈଳେଶ୍ରୀ ବିହାର, ରାଜମହଲ ଛକ, ଲକ୍ଷ୍ମୀବିହାର, ଝାରପଡ଼ା, ବ୍ରହ୍ମେଶ୍ବର, କୋଲଥିଆ, ବଡଗଡ, ୟୁନିଟ-6 ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ସେହିପରି ଭାବରେ 33 ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି। ସେମାନେ ହେଲେ ପଟିଆ, ଆଇଆରସି ଭିଲେଜ, ନୟାପଲ୍ଲୀ ନୂଆସାହି, ନୀଳାଦ୍ରି ବିହାର, ୟୁନିଟ-9, ୟୁନିଟ-2, ୟୁନିଟ-3, ପୋଖରିପୁଟ, ଚକେଇସିଆଣି, ପଳାଶୁଣୀର ପ୍ରାଚୀ ବିହାର, ଲୁଇସ ରୋଡ଼, ଜଣେ ସରକାରୀ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ, ଭରତପୁର, ୟୁନିଟ-3 ଚନ୍ଦ୍ରମା ଆପାର୍ଟମେଣ୍ଟ, ସହିଦ ନଗର, ଭୋଇ ନଗରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ୟୁନିଟ-1 ରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2ଜଣ ୟୁନିଟ-4 ଏମଏଲଏ କଲୋନୀ, 2 ଜଣ ମଞ୍ଚେଶ୍ବରରୁ, 2 ଜଣ ୟୁନିଟ 8 ଅଞ୍ଚଳରୁ ଓ 4 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଏପଟେ କିନ୍ତୁ ଭୁବନେଶ୍ବରରେ 81 ଜଣ ସୁସ୍ଥ ହୋଇଛନ୍ତି। ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,469 ରହିଥିବାବେଳେ 11 ଜଣ ଆଖି ବୁଜିଛନ୍ତି । ଏବେ ବି 651 ଜଣ ସକ୍ରିୟ ଅଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details