ଓଡିଶା

odisha

ETV Bharat / city

‘ବାହାର ଦଲାଲ, ଭିତର ଦଲାଲ ସମସ୍ତେ ହେବେ ସାବାଡ’ - ଦଲାଲ ବନ୍ଦା ହେବେ

ଆରଟିଓ ଅଫିସରେ କେବଳ ବାହାର ଦଲାଲ ନୁହେଁ, ଭିତର ଦଲାଲଙ୍କୁ ଧରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 27, 2019, 8:10 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟରୁ ୩୦ ଜଣ ଦଲାଲ ଗିରଫ ହୋଇଥିବା ସୂଚନା ରହିଛି । ଯଦି ଆରଟିଓ ଅଫିସରମାନେ ମଧ୍ୟ ଦଲାଲ ମାନଙ୍କୁ ସହଯୋଗ କରନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । କେବଳ ବାହାର ଦଲାଲ ନୁହେଁ, ଭିତର ଦଲାଲଙ୍କୁ ଧରିବା ପାଇଁ କହିଛନ୍ତି ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦଲାଲି କରିବାରେ, ସରକାରୀ କର୍ମଚାରୀ ଯିଏ ବି ଧରାପଡିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଲୋକଙ୍କ କାମ କର , ଦଲାଲ ସହ ଯେଉଁ ଅଫିସର ମାନେ ଏଭଳି କାର୍ଯ୍ୟ କରୁଥିବେ ସେମାନେ ମଧ୍ୟ ଦଣ୍ଡ ଭୋଗିବେ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ଆରଟିଓ ଅଫିସଗୁଡ଼ିକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details