ଓଡିଶା

odisha

By

Published : Nov 26, 2020, 12:14 PM IST

ETV Bharat / city

କାଳ କୋରୋନା, ଗତ 24 ଘଣ୍ଟାରେ 17 ମୃତ

ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ଦିନକୁଦିନ ବଢିଚାଲିଛି । ପ୍ରତିଦିନ ଯାଉଛି ଜୀବନ । ତେବେ ଆଜି କୋରୋନାରେ ପ୍ରାଣ ହାରିଛନ୍ତି 17 ଜଣ । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ, ଆଜି ପୁଣି 17 ଜଣଙ୍କ ମୃତ୍ୟୁ
ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ, ଆଜି ପୁଣି 17 ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବାବେଳେ ମୃତ୍ୟୁସଂଖ୍ୟାରେ ଲାଗୁନି ରୋକ୍ । ଆଜି (ଗୁରୁବାର) ପୁଣି 17 ଜଣଙ୍କର ମୁଣ୍ଡ ନେଇଛି କୋରୋନା। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଛି । ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ 1704 ଜଣଙ୍କର ମୃତ୍ୟୁ ଘଟିଛି ।

କଳାହାଣ୍ଡିରେ 59 ବର୍ଷର ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ, ଖୋର୍ଦ୍ଧାରେ 61 ବର୍ଷର ବ୍ୟକ୍ତି ଓ 52 ବର୍ଷର ବ୍ୟକ୍ତି , ମୟୂରଭଞ୍ଜରେ 45 ବର୍ଷିୟ ବ୍ୟକ୍ତି, ପୁରୀରେ 45 ବର୍ଷିୟ ବ୍ୟକ୍ତି, 80 ବର୍ଷର ବୃଦ୍ଧ ଓ 70 ବର୍ଷର ବୃଦ୍ଧା, ସମ୍ବଲପୁରରେ 60, 62 ଓ 65 ବର୍ଷ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡରେ 31 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details