ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ ୮୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୫୬ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୯୮ ହଜାର ୫୯୧ ଜଣ ସୁସ୍ଥ ହୋଇଛନ୍ତି ।
ଆଜି ରାଜ୍ୟରୁ ସୁସ୍ଥ ହେଲେ 801 କୋରୋନା ଆକ୍ରାନ୍ତ - Health & family welfare Department
ରାଜ୍ୟରୁ ଆଜି ଦିନକରେ ୮୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୮ ହଜାର ୫୯୧ରେ ପହଞ୍ଚିଲା । ଅଧିକ ପଢନ୍ତୁ...
ଆଜି ରାଜ୍ୟରୁ ସୁସ୍ଥ ହେଲେ 801 କୋରୋନା ଆକ୍ରାନ୍ତ
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୫, ପୁରୀରୁ ୧୯, ଅନୁଗୋଳରୁ ୧୮, ବରଗଡ଼ରୁ ୩, ଯାଜପୁରରୁ ୩୨, ମୟୂରଭଞ୍ଜରୁ ୨୬, ବଲାଙ୍ଗୀର ୧, ରାୟଗଡ଼ାରୁ ୫, ଗଞ୍ଜାମରୁ ୫, ଢେଙ୍କାନାଳରୁ ୧୨, କେନ୍ଦୁଝରରୁ ୫, ନୟାଗଡ଼ରୁ ୧୧, ଜଗତସିଂହପୁରରୁ ୧୮, ଝାରସୁଗୁଡାରୁ ୭, କୋରାପୁଟରୁ ୩, ବାଲେଶ୍ବରରୁ ୫୯, ଭଦ୍ରକରୁ ୬, ଦେବଗଡ଼ରୁ ୧୧, ସୁନ୍ଦରଗଡରୁ ୧୬, କନ୍ଧମାଳରୁ ୩, ମାଲକାନଗିରିରୁ ୨ ଓ ଷ୍ଟେଟ୍ ପୁଲ୍ରୁ ୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ