ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ ୭୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୨୨ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୬ ହଜାର ୩୨୦ ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୫୬ କୋରୋନା ଆକ୍ରାନ୍ତ - Corona Infected
ରାଜ୍ୟରୁ ଆଜି ଦିନକରେ ୭୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୬ ହଜାର ୩୨୦ରେ ପହଞ୍ଚିଲା । ଅଧିକ ପଢନ୍ତୁ...
ଆଜି ରାଜ୍ୟରୁ ସୁସ୍ଥ ହେଲେ ୭୫୬ କୋରୋନା ଆକ୍ରାନ୍ତ
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୧୪, ପୁରୀରୁ ୧୭, ଅନୁଗୋଳରୁ ୫, ବରଗଡ଼ରୁ ୩, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୩୧, ରାୟଗଡ଼ାରୁ ୨, ଗଞ୍ଜାମରୁ ୫, ଢେଙ୍କାନାଳରୁ ୧୩, କେନ୍ଦୁଝରରୁ ୪, ନୟାଗଡ଼ରୁ ୧୧, ଜଗତସିଂହପୁରରୁ ୨୪, ଝାରସୁଗୁଡାରୁ ୨, କୋରାପୁଟରୁ ୬, ବାଲେଶ୍ବରରୁ ୧୭, ଭଦ୍ରକରୁ ୧୪, ଦେବଗଡ଼ରୁ ୫, ସୁନ୍ଦରଗଡରୁ ୧୩, ସମ୍ବଲପୁରରୁ ୧୩, ମାଲକାନଗିରିରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ବ୍ୟୁରୋ ରିପାର୍ଟ, ଇଟିଭି ଭାରତ