ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 666 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 267 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 93 ହଜାର 901 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରୁ ସୁସ୍ଥ ହେଲେ 666 କୋରୋନା ଆକ୍ରାନ୍ତ - Corona Infected
ରାଜ୍ୟରୁ ଦିନକରେ 666 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 93 ହଜାର 901ରେ ପହଞ୍ଚିଛି । ଅଧିକ ପଢନ୍ତୁ..
ଆଜି ରାଜ୍ୟରୁ ସୁସ୍ଥ ହେଲେ 666 କୋରୋନା ଆକ୍ରାନ୍ତ
ତେବେ ଆରୋଗ୍ୟଙ୍କ ମଧ୍ୟରେ କଟକରୁ 60, ପୁରୀରୁ 25,ଅନୁଗୋଳରୁ 20, ବଲାଙ୍ଗୀରରୁ 1, ବରଗଡ଼ରୁ 18, ଯାଜପୁରରୁ 32, ମୟୂରଭଞ୍ଜରୁ 6, ଗଞ୍ଜାମରୁ 4, କେନ୍ଦୁଝରରୁ 12, ନୟାଗଡ଼ରୁ 9, ଜଗତସିଂହପୁରରୁ 22, କୋରାପୁଟରୁ 3, ବାଲେଶ୍ବରରୁ 46, ଭଦ୍ରକରୁ 8, କେନ୍ଦ୍ରାପଡ଼ାରୁ 13, ଦେବଗଡ଼ରୁ 9, ସୋନପୁରରୁ 1, ସୁନ୍ଦରଗଡରୁ 10, କନ୍ଧମାଳରୁ 4 ଓ ଷ୍ଟେଟ୍ ପୁଲ୍ରୁ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ