ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ ୬୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 249 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 15 ହଜାର 18ଜଣ ସୁସ୍ଥ ହୋଇଛନ୍ତି ।
୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 606 କୋରୋନା ଆକ୍ରାନ୍ତ - Coid Recovered
ରାଜ୍ୟରୁ ଆଜି ଦିନକରେ 606 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 15 ହଜାର 18ରେ ପହଞ୍ଚିଲା । ଅଧିକ ପଢନ୍ତୁ...
୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 606 କୋରୋନା ଆକ୍ରାନ୍ତ
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୮୫, ପୁରୀରୁ ୧୩, ବଲାଙ୍ଗୀରରୁ ୨, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୯, ରାୟଗଡ଼ାରୁ ୯, ଗଞ୍ଜାମରୁ ୩, ଢେଙ୍କାନାଳରୁ ୯, କେନ୍ଦୁଝରରୁ ୬, ନୟାଗଡ଼ରୁ ୭, ଜଗତସିଂହପୁରରୁ ୨୮, ଝାରସୁଗୁଡାରୁ ୭, ସମ୍ବଲପୁରରୁ ୧୯, ଦେବଗଡରୁ ୩, କୋରାପୁଟରୁ ୨, ବାଲେଶ୍ବରରୁ ୩୪, ଭଦ୍ରକରୁ ୭, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ ୧ ନୂଆପଡାରୁ ୧, ସୋନପୁରରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ