ଓଡିଶା

odisha

ETV Bharat / city

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୦ କୋରୋନା ଆକ୍ରାନ୍ତ - କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ ୬୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୭ହଜାର ୬୬୬ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୦ କୋରୋନା ଆକ୍ରାନ୍ତ
ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୦ କୋରୋନା ଆକ୍ରାନ୍ତ

By

Published : Sep 20, 2021, 7:18 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ ୬୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୩୨ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୭ ହଜାର ୬୬୬ ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ 82, ପୁରୀରୁ 18, ଅନୁଗୋଳରୁ 16, ବରଗଡ଼ରୁ 4, ଯାଜପୁରରୁ 33, ମୟୂରଭଞ୍ଜରୁ 32, ରାୟଗଡ଼ାରୁ 5, ଗଞ୍ଜାମରୁ 4, ଢେଙ୍କାନାଳରୁ 8, କେନ୍ଦୁଝରରୁ 2, ନୟାଗଡ଼ରୁ 2, ଜଗତସିଂହପୁରରୁ 13, ଝାରସୁଗୁଡାରୁ 3, କୋରାପୁଟରୁ 2, ବାଲେଶ୍ବରରୁ 31, ଭଦ୍ରକରୁ 8, ଦେବଗଡ଼ରୁ 5, ସୁନ୍ଦରଗଡରୁ 20, ସମ୍ବଲପୁରରୁ 8, ମାଲକାନଗିରିରୁ 1 ଓ ଷ୍ଟେଟ୍‌ ପୁଲ୍‌ରୁ 53 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details