ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 590 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 271 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 15ହଜାର 608ଜଣ ସୁସ୍ଥ ହୋଇଛନ୍ତି ।
ଆଜି ରାଜ୍ୟରୁ ସୁସ୍ଥ ହେଲେ 590 କୋରୋନା ଆକ୍ରାନ୍ତ - Covid Recovered
ରାଜ୍ୟରୁ ଆଜି ଦିନକରେ 590 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 15ହଜାର 608ରେ ପହଞ୍ଚିଲା । ଅଧିକ ପଢନ୍ତୁ...
ଆଜି ରାଜ୍ୟରୁ ସୁସ୍ଥ ହେଲେ 590 କୋରୋନା ଆକ୍ରାନ୍ତ
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୪, ଅନୁଗୋଳରୁ ୭,ପୁରୀରୁ ୧୭, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୨୫, ଗଞ୍ଜାମରୁ ୫, କେନ୍ଦୁଝରରୁ ୩, ନୟାଗଡ଼ରୁ ୧୦, ଜଗତସିଂହପୁରରୁ ୨୯, ଝାରସୁଗୁଡାରୁ ୩, ସମ୍ବଲପୁରରୁ ୭, ସୋନପୁରରୁ ୩, କୋରାପୁଟରୁ ୨, ବାଲେଶ୍ବରରୁ ୨୩, ଭଦ୍ରକରୁ ୧୨, ନୂଆପଡାରୁ ୧, ଦେବଗଡ଼ରୁ ୧ ଓ ସୁନ୍ଦରଗଡରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ