ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ ୪୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୧୯୨ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୮ ହଜାର ୬୭୧ ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୪୫ କୋରୋନା ଆକ୍ରାନ୍ତ - Haelth & family Welfare Department
ରାଜ୍ୟରୁ ଆଜି ୪୪୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୮ ହଜାର ୬୭୧ ରେ ପହଞ୍ଚିଲା । ଅଧିକ ପଢନ୍ତୁ...
ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୪୫ କୋରୋନା ଆକ୍ରାନ୍ତ
ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୫୫, ପୁରୀରୁ ୧୪, ଅନୁଗୋଳରୁ ୩, ବରଗଡ଼ରୁ ୨, ଯାଜପୁରରୁ ୨୨, ମୟୂରଭଞ୍ଜରୁ ୧୮, ରାୟଗଡ଼ାରୁ ୪, ଗଞ୍ଜାମରୁ 3, ଢେଙ୍କାନାଳରୁ ୧୨, କେନ୍ଦୁଝରରୁ ୧, ନୟାଗଡ଼ରୁ ୬, ଜଗତସିଂହପୁରରୁ ୧୨, କୋରାପୁଟରୁ ୧, ବାଲେଶ୍ବରରୁ ୩୭, ଭଦ୍ରକରୁ ୫, ଦେବଗଡ଼ରୁ ୩, ସୁନ୍ଦରଗଡରୁ ୧, ସମ୍ବଲପୁରରୁ ୩, ମାଲକାନଗିରିରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ବ୍ୟୁରୋ ରିପାର୍ଟ, ଇଟିଭି ଭାରତ