ଓଡିଶା

odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 1078 ଆକ୍ରାନ୍ତ

By

Published : Aug 22, 2021, 7:35 PM IST

ରାଜ୍ୟରୁ ଆଜି ଦିନକରେ 1078 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 85 ହଜାର 302ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ରବିବାର ରାଜ୍ୟରୁ ସୁସ୍ଥ ହେଲେ 1078 କୋରାେନା ଆକ୍ରାନ୍ତ
ରବିବାର ରାଜ୍ୟରୁ ସୁସ୍ଥ ହେଲେ 1078 କୋରାେନା ଆକ୍ରାନ୍ତ

ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ 1078 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 416 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 85 ହଜାର 302 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୯୧, ପୁରୀରୁ ୨୫, ଅନୁଗୋଳରୁ ୮, ବଲାଙ୍ଗୀରରୁ ୧୦, ବରଗଡ଼ରୁ ୧୦, ଦେବଗଡରୁ ୫, ସମ୍ବଲପୁରରୁ ୬, ଯାଜପୁରରୁ ୪୫, ମୟୂରଭଞ୍ଜରୁ ୪୦, ଗଞ୍ଜାମରୁ ୭, କେନ୍ଦୁଝରରୁ ୯, ନୟାଗଡ଼ରୁ ୨୯, କେନ୍ଦ୍ରାପଡାରୁ ୨୪,ଝାରସୁଗୁଡାରୁ ୪, ସୁନ୍ଦରଗଡରୁ ୧୦, ଜଗତସିଂହପୁରରୁ ୩୩, କୋରାପୁଟରୁ ୨, ବାଲେଶ୍ବରରୁ ୬୩, ଭଦ୍ରକରୁ ୧୨, ନୂଆପଡାରୁ ୨, ଗଜପତିରୁ ୩, କନ୍ଧମାଳରୁ ୪, ମାଲକାନଗିରିରୁ ୭, ଢ଼େଙ୍କାନାଳରୁ ୧୭ ଓ ଷ୍ଟେଟ୍‌ ପୁଲ୍‌ରୁ ୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details