ଭୁବନେଶ୍ବର: ବନ୍ଦିତା ପରିଡ଼ା ହେଲେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ । ବନ୍ଦିତାଙ୍କ ନିଯୁକ୍ତି ପ୍ରସ୍ତାବକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି । ଏନେଇ AICC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ବନ୍ଦିତା ପରିଡା - କଂଗ୍ରେସ କମିଟି
ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ହେଲେ ବନ୍ଦିତା ପରିଡା । ଏନେଇ AICC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଅଧିକ ପଢନ୍ତୁ...
ଦୀର୍ଘ ଦିନ ହେଲା ରାଜ୍ୟ ମହିଳା କଂଗ୍ରେସର ସ୍ଥାୟୀ ସଭାନେତ୍ରୀ ଚୟନ ହୋଇନଥିଲେ । 2019 ନିର୍ବାଚନ ପୂର୍ବରୁ ତତ୍କାଳୀନ ସଭାନେତ୍ରୀ ସୁମିତ୍ରା ଜେନା ହାତ ଛାଡି ଶଙ୍ଖ ଫୁଙ୍କିବା ପରେ ଏହି ପଦ ଫାଙ୍କା ପଡିଥିଲା । ବନ୍ଦିତାଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ନିଯୁକ୍ତିର ସ୍ୱଳ୍ପ ଦିନ ମଧ୍ୟରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ବନ୍ଦିତା । ବିଭିନ୍ନ ପ୍ରସଙ୍ଗରେ ଶଏ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । 2019 ସାଧାରଣ ନିର୍ବାଚନରେ ଯାଜପୁର କୋରେଇ ଆସନରୁ ନିର୍ବାଚନ ଲଢ଼ିଥିଲେ ବନ୍ଦିତା । ନିର୍ବାଚନରେ ପରାଜିତ ହୋଇଥିଲେ ବି କଡା ଟକ୍କର ଦେଇଥିଲେ । ଏଣୁ ଲଢୁଆ ପ୍ରକୃତିର ନେତ୍ରୀ ବନ୍ଦିତାଙ୍କୁ ରାଜ୍ୟ ସଭାନେତ୍ରୀ ଦାୟିତ୍ୱ ଦେଇ ସଙ୍ଗଠନକୁ ସୁଦୃଢ କରିବାକୁ ଆଶା ରଖିଛି ଦଳ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ