ଓଡିଶା

odisha

ETV Bharat / city

ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ହେବ କୋରୋନା ଟେଷ୍ଟ - ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ହେବ କୋରୋନା ଟେଷ୍ଟ
ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ହେବ କୋରୋନା ଟେଷ୍ଟ

By

Published : Sep 7, 2020, 12:07 PM IST

Updated : Sep 7, 2020, 1:14 PM IST

11:54 September 07

ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ହେବ କୋରୋନା ଟେଷ୍ଟ

ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ହେବ କୋରୋନା ଟେଷ୍ଟ

ଭୁବନେଶ୍ବର: ଚଳିତ ବର୍ଷ ବସିବ ବିଧାନସଭା ମୌସୁମୀ ଅଧିବେଶନ । ବିଧାନସଭା ଗୃହରେ ହିଁ ଅଧିବେଶନ ବସିବ । ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ବିଧାୟକଙ୍କ କୋରୋନା ଟେଷ୍ଟ କରାଯିବ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।  

ସେହିପରି ବିଧାନସଭା ପରିସରରେ ହିଁ ଟେଷ୍ଟିଂ କରାଯିବ । ସମସ୍ତ ବିଧାୟକଙ୍କର ଆରଟିପିସିଆର ଟେଷ୍ଟ କରିଯିବ ବୋଲି ନିଷ୍ପତ୍ତି ହୋଇଛି । ଯେଉଁମାନଙ୍କର ନେଗେଟିଭ ଆସିବ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।  

ଅନ୍ୟପଟେ 5 ଦିନ ପରେ ଆଉ ଥରେ ଟେଷ୍ଟ ହେବ। ଯେଉଁ ବିଧାୟକ ମାନଙ୍କର ପଜେଟିଭ ବାହାରିବ ସେମାନଙ୍କୁ ଅନୁମତି ମିଳିବନି। ବିଧାନସଭା ଆସିବ ସମୟରେ ଲକ୍ଷଣ ଦେଖାଗଲେ ଆଣ୍ଟିଜେନ ଟେଷ୍ଟ ହେବ।

ଯେଉଁମାନଙ୍କର ବୟସ 60 ବର୍ଷରୁ ଉର୍ଦ୍ଧ୍ବ ସେମାନଙ୍କ ପାଇଁ ସ୍ବତନ୍ତ୍ର ସିଟ ଆରେଞ୍ଜମେଣ୍ଟ କରାଯିବ। ଯେଉଁ ବିଧାୟକ ମାନେ ବିଧାନସଭା ଆସିବେ ସେମାନେ ସଙ୍ଗରୋଧରେ ରହିବେ। କାହା ସହ ମିଶିବେନି ବୋଲି ବିଧାନସଭା ମୌସୁମୀ ଅଧିବେଶନକୁ ନେଇ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 7, 2020, 1:14 PM IST

ABOUT THE AUTHOR

...view details