ଭୁବନେଶ୍ବର: ଏଣିକି ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ଆଉ ହେବ ନାହିଁ ହୋ-ହାଲ୍ଲା, ହଙ୍ଗାମା । ଦାବି ପୂରଣ ପାଇଁ ସଦସ୍ୟମାନେ କରିପାରିବେ ନାହିଁ ହଟ୍ଟଗୋଳ । ଆଲୋଚନା ତର୍କ ବିତର୍କ ମାଧ୍ୟମରେ ସବୁ ସମସ୍ୟାର ହେବ ସମାଧାନ । ବିରୋଧୀଙ୍କ ଦାବି ହେବ ବିଚାର । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଆସନ୍ତା ମାସ ପ୍ରଥମରୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଗଣମାଧ୍ୟକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ କହିଛନ୍ତି ଚଳିତ ମାସରେ ହିମାଚଳ ପ୍ରଦେଶର ସିମଲା ଠାରେ ସର୍ବ ଭାରତୀୟ ବାଚସ୍ପତି ସମ୍ମିଳନୀ ହୋଇଥିଲା । ଯେଉଁଥିରେ ଲୋକସଭା ବାଚସ୍ପତି ଅଧ୍ୟକ୍ଷତା କରିଥିଲେ । ଏହା ବ୍ୟତୀତ ସାର ଦେଶରୁ ଅନେକ ବିଶିଷ୍ଟ ଆଇନଜ୍ଞ ଯୋଗ ଦେଇଥିଲେ ।