ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେବ ନୂତନ ଶିକ୍ଷା ନୀତି । ନୂତନ ଶିକ୍ଷା ନୀତି 2020, ଶିକ୍ଷା କ୍ଷେତ୍ରରେ କିଛି ମୌଳିକ ପରିବର୍ତ୍ତନ ଦିଗରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ଯୋଜନା ଆରମ୍ଭ କରିନାହାଁନ୍ତି । ନା ଯୋଜନା କରୁଛନ୍ତି ନା ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି । ଅନଲାଇନ କ୍ଳାସରେ ମାତ୍ର 30 ପ୍ରତିଶତ ପିଲାମାନେ ଶିକ୍ଷା ଗ୍ରହଣ କରିଛନ୍ତି । ରାଜ୍ୟରେ ଅନଲାଇନ କ୍ଲାସ ସମ୍ପୁର୍ଣ୍ଣ ଫେଲ ମାରିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଶିକ୍ଷାବିତ ଓ ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତି ପ୍ରଣୟନ କରିବା ନେଇ ସମସ୍ତ ରାଜ୍ୟଙ୍କୁ ଅବଗତ କରାଇଛନ୍ତି ଏବଂ ରାଜ୍ୟରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେଲେ ଶିକ୍ଷା କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ । ପ୍ରାଥମିକ ଶ୍ରେଣୀରୁ ବୋର୍ଡ ପରୀକ୍ଷା, ରିପୋର୍ଟ କାର୍ଡ, ୟୁଜି ଆଡମିଶନ ପ୍ରଣାଳୀରେ ଅନେକ ନିୟମ ବଦଳିଯିବ ।
ରାଜ୍ୟ ପାଇଁ କେତେ ଜରୁରୀ ନୂତନ ଶିକ୍ଷା ନୀତି ! - ଭୁବନେଶ୍ବର ଖବର
ରାଜ୍ୟରେ କାର୍ଯ୍ୟକାରୀ ହେବ ନୂତନ ଶିକ୍ଷା ନୀତି । 2020, ଶିକ୍ଷା କ୍ଷେତ୍ରରେ କିଛି ମୌଳିକ ପରିବର୍ତ୍ତନ ଦିଗରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ଯୋଜନା ଆରମ୍ଭ କରିନାହାଁନ୍ତି । ଅଧିକ ପଢନ୍ତୁ....
ବିଦ୍ୟାଳୟ ଶିକ୍ଷା ,ଉଚ୍ଚ ଶିକ୍ଷା, ଆଇନ ଶିକ୍ଷା ସହ ବୈଷୟିକ ଶିକ୍ଷା ମଧ୍ୟରେ ପରିବର୍ତ୍ତନ ଦେଖାଯିବ। ଫଳରେ ଛାତ୍ରଛାତ୍ରୀଙ୍କ ସିଲାବସ ମଧ୍ୟ ବଦଳିବ। ନୂତନ ଶିକ୍ଷାନୀତି ପାଇଁ ରାଜ୍ୟ ସରକାର କେବଳ 7ଟି କମିଟି ଗଠନ କରିଛନ୍ତି । ଏପରିକି ରାଜ୍ୟରେ ଅନେକ ଗାଁ ରହିଛି । ଯେଉଁଠାରେ ଆବଶ୍ୟକ ଶିକ୍ଷକ ନାହାଁନ୍ତି । ତ ଆଉ କେଉଁଠି ସ୍କୁଲକୁ ଯିବା ପାଇଁ ପକ୍କା ରାସ୍ତା ନାହଁ । 2022 ରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ ହେବ । ଯାହା ଦ୍ବାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହେବେ । ତେବେ, ଦେଖିବାକୁ ବାକି ରହିଲା ଯେଉଁଠି ପ୍ରାଥମିକ ଶିକ୍ଷା ପାଇଁ ବ୍ୟବସ୍ଥା ନାହିଁ । ସେଠି ନୂତନ ଶିକ୍ଷାନୀତି କିପରି କାର୍ଯ୍ୟକାରୀ ହେବ ଏବଂ କେନ୍ଦ୍ର ସରକାରଙ୍କ ଏହି ଯୋଜନା ରାଜ୍ୟରେ କେତେ ଫଳପ୍ରଦ ହେଉଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ