ଭୁବନେଶ୍ବର: ରାଜଧାନୀରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ନେଇ ବିଏମସି ତତ୍ପରତା ଦେଖାଇଛି । ଏଣିକି ପୂର୍ବଭଳି କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯିବ। ଏଥିପାଇଁ ସକ୍ରିୟ ହେବ 1929 କଲ ସେଣ୍ଟର। ଏହି ସବୁ କଲ ସେଣ୍ଟରରେ ମିଳିବ ୨୪ ଘଣ୍ଟିଆ ସେବା। ମଙ୍ଗଳବାର ବିଏମସିରେ ଯୋଗ ଦେଇଛନ୍ତି ଆୟୁଷ ଡାକ୍ତର।
ଭୁବନେଶ୍ବର କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରୁ ସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ଆୟୁଷ ଡାକ୍ତରମାନେ ଯୋଗ ଦେଇଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୁଷ ଡାକ୍ତରଙ୍କୁ କୋଭିଡ ମୁକାବିଲା ପାଇଁ ଟେଷ୍ଟିଂ ଓ ଟୀକାକରଣ କେନ୍ଦ୍ରରେ ନିୟୋଜିତ କରାଯିବ। ବିଶେଷକରି ରାଜଧାନୀରେ କଣ୍ଟାକ୍ଟ ଟ୍ରେସିଂ, ହୋମ ଆଇସୋଲେସନ ଉପରେ ଗୁରୁତ୍ବ ଦିଆଯିବ।