ଓଡିଶା

odisha

By

Published : Oct 7, 2019, 2:20 PM IST

ETV Bharat / city

ଭସାଣି ପୂର୍ବ ପ୍ରସ୍ତୁତି: 4 କୁତ୍ରିମ ପୋଖରୀରେ ମା' ଦୁର୍ଗାଙ୍କ ବିସର୍ଜନ

ମାଆଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ୪ଟି କୁତ୍ରିମ ପୋଖରୀ ତିଆରି କରିଛି ।

କୁତ୍ରିମ ପୋଖରୀରେ ବିସର୍ଜନ ହେବେ ଦୁର୍ଗତୀ ନାସିନୀ ମା’ ଦୁର୍ଗା

ଭୁବନେଶ୍ବର: ଏଥର ଦୁର୍ଗାପୂଜା ବିସର୍ଜନକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଏମସି ପକ୍ଷରୁ ନିଆଯାଇଛି ନୂତନ ପଦକ୍ଷେପ । ବିସର୍ଜନ ପାଇଁ ବିଏମସି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ ୪ଟି କୁତ୍ରିମ ପୋଖରୀ ତିଆରି କରିଛି । ଭୁବନେଶ୍ବର କଟକକୁ ସଂଯୋଗ କରୁଥିବା କୁଆଖିଆ ନଦୀ ବ୍ରିଜ ଏବଂ ଭୁବନେଶ୍ବର ପୁରୀ ରାସ୍ତାରେ ଦୟା ନଦୀ ବ୍ରିଜର ଉଭୟ ପାର୍ଶ୍ବରେ ଦୁଇଟି କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର ।

କୁତ୍ରିମ ପୋଖରୀରେ ବିସର୍ଜନ ହେବେ ଦୁର୍ଗତୀ ନାସିନୀ ମା’ ଦୁର୍ଗା


ଭସାଣି ସମୟରେ ରାତି ତମାମ ବିଏମସି ଅଧିକାରୀ ପରିଚାଳନା କରିବେ । ଏସ୍କ୍ବାଭେଟର ମାଧ୍ୟମରେ ବିସର୍ଜିତ ମୂର୍ତ୍ତିର କୁଟା, ରଙ୍ଗ ପାଣିକୁ ସୈନିକ ସ୍କୁଲ ପାଖ ଟିଟିଏସ କେନ୍ଦ୍ରକୁ ପଠାଯିବ । ଅକ୍ଟୋବର ୫ ରୁ ମା’ ଦୁର୍ଗାଙ୍କର ସପ୍ତମୀ ପୂଜା ଆରମ୍ଭ ହୋଇଛି ଓ ୯ ତାରିଖରେ ଭସାଣି ହେବ। ଏଥର ଭସାଣିକୁ ସୁବ୍ୟବସ୍ଥିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ବିଏମସି ପକ୍ଷରୁ ମଧ୍ୟ ଦୁର୍ଗାଙ୍କ ଭସାଣି ପାଇଁ ନିଆରା ପ୍ରୟାସ କରାଯାଇଛି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details