ଭୁବନେଶ୍ବର:ସୁଦୃଶ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଏବଂ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୯୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଭୁବନେଶ୍ଵର କଟକରେ ଦିନ ତମାମ ମେଘୁଆ ପାଗ ରହିବ । ପ୍ରବଳ ବର୍ଷା ଆଶଙ୍କା ନେଇ ଆଜି ପାଣିପାଗ ବିଭାଗ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାମଧ୍ୟ ପଢନ୍ତୁ:Minor Flood Anticipated: ମହାନଦୀରେ ଆସୁଛି ବନ୍ୟା, ମୁକାବିଲା ପାଇଁ କେତେ ପ୍ରସ୍ତୁତ ସରକାର ?