ଓଡିଶା

odisha

ETV Bharat / city

ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ - ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ

କୋଭିଡ ସମୟରେ ହୋଲି ଖେଳକୁ ନେଇ ସତର୍କତା କରାଇଲା ଆଇଏଲଏସ। ସାମାଜିକ ଦୂରତା ଅବଲମ୍ବନ ସହ ମାସ୍କ ପରିଧାନ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ
ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ

By

Published : Mar 27, 2021, 8:00 PM IST

ଭୁବନେଶ୍ବର: ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ। କୋଭିଡ ସମୟରେ ହୋଲି ଖେଳକୁ ନେଇ ସତର୍କତା କରାଇଲା ଆଇଏଲଏସ। ସାମାଜିକ ଦୂରତା ଅବଲମ୍ବନ ସହ ମାସ୍କ ପରିଧାନ କରିବାକୁ ନିର୍ଦ୍ଦେଶ ।

ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ

ଆଗକୁ ଆସୁଛି ହୋଲି ଉତ୍ସବ। କୋଭିଡ ପାଇଁ ହୋଲି ଖେଳିବାକୁ ସତର୍କ କରାଇଛି ଆଇଏଲଏସ। ହୋଲି ଖେଳିବା ସହ କୋରୋନା ବ୍ୟାପିବାର ସମ୍ଭାବନା ଥିବାରୁ ବାହାରକୁ ଯିବେ ନାହିଁ। କାହାରିକୁ ସ୍ପର୍ଶ କରିବେ ନାହିଁ। ଯଥା ସମ୍ଭବ ଦୂରତା ରକ୍ଷା କରିବା ସହ ହାତକୁ ଭଲ ଭାବରେ ସାବୁନରେ ଧୋଇବା ସହ ମାସ୍କ ପରିଧାନ କରିବାକୁ ନିର୍ଦେଶ ଦେଇଛନ୍ତି। ହୋଲି ଖେଳିବା ପାଇଁ ସହରରେ ବସବାସ କରୁଥିବା ଲୋକ ନିଜ ଗାଁକୁ ଯାଇ ଧୂମଧାମରେ ହୋଲି ଖେଳାନ୍ତୁ ନାହିଁ। ଯାହା ଫଳରେ କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହୁଛି। ଅନ୍ୟପଟେ ଲୋକମାନଙ୍କୁ କୋଭିଡ ଟିକା ନେବା ପାଇଁ ପରାମର୍ଶ ଦେଇଛନ୍ତି। ନୂଆ ଷ୍ଟ୍ରେନ ଆଉ କି ପୁରୁଣା ଷ୍ଟ୍ରେନ ଆସୁ ସତର୍କ ରହିଲେ କୋରୋନାକୁ ରୋକିପାରିବା ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା।

ହୋଲି ପାଳନ ସମୟରେ କରୋନା ସତର୍କତା ।

1. ମୁହଁରେ ରଙ୍ଗ ନୁହେଁ ରଙ୍ଗୀନ କପଡା ମାସ୍କ ଲଗାଇବା ।

2. କାହାରିକୁ ରଙ୍ଗ ଲଗାନ୍ତୁ ନାହିଁ । ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିଡ ଟୀକା ନେବାରେ ସହଯୋଗ କରବା ।

4.ରଙ୍ଗରେ ହାତ ରଙ୍ଗାଇବା ନାହିଁ। ସାବୁନରେ ହାତ ଧୋଇବା ଉଚିତ।

4. କାହାରିକି ସ୍ପର୍ଶ କରିବା ନାହିଁ। ଦୂରତା ରକ୍ଷା କରି ସମସ୍ତଙ୍କୁ ଶୁଭକାମନା ଜଣାଇବା

5 ଯଥା ସମ୍ଭବ ଫୋନ ଭିଡିଓ କଲ ଜରିଆରେ ହୋଲି ଶୁଭେଚ୍ଛା ଜଣାଇବା

6. ହୋଲି ଏକ ପବିତ୍ର ଦିବସ। ଏହି ଦିନ ପରିବେଶକୁ ସ୍ବଚ୍ଛ ରଖିବାରେ ଧ୍ୟାନ ଦେବା ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details