ଭୁବନେଶ୍ବର: ରାଜ୍ୟରେ 98% ଓମିକ୍ରନ ଆକ୍ରାନ୍ତ । ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ (ILS) ଦ୍ବାରା କରାଯାଇଥିବା ସଦ୍ୟତମ ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଜାନୁଆରି 27 ତାରିଖରୁ ଫେବୃଆରୀ 4ତାରିଖ ମଧ୍ୟରେ 241 ଆକ୍ରାନ୍ତଙ୍କ ନମୁନାକୁ ନେଇ ILS ଅନୁଧ୍ୟାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 235 ଜଣ ଆକ୍ରାନ୍ତ ଓମିକ୍ରନ ଭ୍ୟାରିଏଣ୍ଟରେ ଓ ମାତ୍ର ୬ଜଣ ଡେଲଟା ଭ୍ୟାରିଏଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏଥିରୁ ରାଜ୍ୟରେ 98% ଆକ୍ରାନ୍ତ ଓମିକ୍ରନ ଭ୍ୟାରିଏଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛି ILS ।
ତଥ୍ୟ ଅନୁଯାୟୀ, ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ, କଟକ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଞ୍ଜ, ନୟାଗଡ, ପୁରୀ, ରାୟଗଡା, ସୁନ୍ଦରଗଡରେ ଜିଲ୍ଲାରୁ ସଂଗୃହିତ ଆକ୍ରାନ୍ତଙ୍କ ନମୁନାର ସିକ୍ୟୁନସିଂ କରାଯାଇଥିଲା ।