ଓଡିଶା

odisha

ETV Bharat / city

ଝାରୁସୁଗୁଡା ବିମାନ ବନ୍ଦରରେ ଲାଗିବ ଆଇଏଲଏସ ସିଷ୍ଟମ - vfr system

ଝାରୁସୁଗୁଡା ବିମାନ ବନ୍ଦରରେ ଲାଗିବ ILS(Instrument Landing System) । ଯାହାକି ଆସନ୍ତା ୬ ମାସ ମଧ୍ୟରେ କାମ ସାରିବାକୁ ନିଷ୍ପତ୍ତି ନେଇଛନ୍ତି ବିମାନବନ୍ଦର କତ୍ତୃପକ୍ଷ । ଏଥିପାଇଁ ଖର୍ଚ୍ଚ ହେବ ୫.୫କୋଟି ଟଙ୍କା ।

ଫାଇଲ ଫଟୋ

By

Published : Jul 24, 2019, 8:54 PM IST

ଭୁବନେଶ୍ୱର: କମ ଦୃଶ୍ୟମାନରେ ମଧ୍ୟ ଝାରୁସୁଗୁଡାରେ ବିମାନବନ୍ଦରରେ ଅବତରଣ କରିବ ବିମାନ । ଦୃଶ୍ୟମାନ ଜନିତ ସମସ୍ୟା ସତ୍ୱେ ମଧ୍ୟ ପୂର୍ବପରି ବାତିଲ ହେବନି ବିମାନ ସେବା କିମ୍ବା ଏହା ଯୋଗୁଁ ହନ୍ତସନ୍ତ ହେବେ ନାହିଁ ଯାତ୍ରୀ। କାରଣ ଖୁବଶିଘ୍ର ଏହି ବିମାନବନ୍ଦରେ ନିର୍ମାଣ ହେବାକୁ ଯାଉଛି ILS ସିଷ୍ଟମ ବା ଇନଷ୍ଟ୍ରୁମେଣ୍ଟ ଲାଣ୍ଡି ସିଷ୍ଟମ ବା ଅବତରଣଜନିତ ଯନ୍ତ୍ରାଂଶ । ଯାହାକି ଆସନ୍ତା ୬ ମାସ ମଧ୍ୟରେ କାମ ସାରିବାକୁ ନିଷ୍ପତ୍ତି ନେଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଏଥିପାଇଁ ଖର୍ଚ୍ଚ ହେବ ୫.୫କୋଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପାଗରେ ପରିବର୍ତ୍ତନ ବା ଅତ୍ୟଧିକ କୁହୁଡି ହେବା ସହ, ଖାସ୍ କରି ଝାରୁସୁଗୁଡା ସହରରେ ପ୍ରତିକୂଳ ପାଗ ଯୋଗୁଁ ଅନେକ ବିମାନ ବାତିଲ ହେଉଥିଲା । କାରଣ VFR ସିଷ୍ଟମ ଦ୍ୱାରା ପରିଚାଳିତ ହେଉଥିଲା । ଯେଉଁ ସମସ୍ୟା ଏବେ ଖୁବଶିଘ୍ର ଦୂର ହେବାକୁ ଯାଉଛି ।

ତେବେ ୨୨ ସେପ୍ଟେମ୍ବର ୨୦୧୮ରେ ପ୍ରଧାନମନ୍ତ୍ରୀ ଏହି ବିମାନବନ୍ଦର ଉଦଘାଟନ କରିଥିଲେ। କେନ୍ଦ୍ର ବିମାନସେବା ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ବିମାନ ବନ୍ଦରର ସେବା ଆରମ୍ଭ ହୋଇଥିଲା ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details