ଭୁବନେଶ୍ବର: ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି । ତୃତୀୟ ଲହରରେ ସବୁ ବର୍ଗର ଲୋକଙ୍କୁ ସଂକ୍ରମଣ କରିପାରେ । ଅନ୍ୟପଟେ ତୃତୀୟ ଲହର ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ତୃତୀୟ ଲହରରେ ସବୁ ବର୍ଗର ଲୋକ ସଂକ୍ରମିତ ହୋଇପାରନ୍ତି କୋଭିଡ କଟକଣା, ଟୀକାକରଣ ଓ ଭାଇରସର ପରିବର୍ତ୍ତନ ସଂକ୍ରମଣ ଏହା ଥାର୍ଡ ୱେଭ ଉପରେ ନିର୍ଭର କରେ । ଭାଇରସ ମ୍ୟୁଟାଣ୍ଟର ପରିବର୍ତ୍ତନ ହେଉଛି ଆଗକୁ ମଧ୍ୟ ପରିବର୍ତ୍ତନ ହୋଇପାରେ ।
ତେଣୁ ବର୍ତ୍ତମାନ ଭାରତରେ 28ଟି ଲ୍ୟାବରେ ଜିନମ ସିକୁଏନ୍ସି କରାଯାଉଛି । ଆଗକୁ ଭାଇରସର ମ୍ୟୁଟାଣ୍ଟର କେମିତି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କଣ ରହିବ ସେ ବିଷୟରେ ପରବର୍ତ୍ତୀ ସମୟରେ ଜଣାପଡିବ ବୋଲି କହିଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ