ଓଡିଶା

odisha

ETV Bharat / city

'ଅନୈତିକ ସମ୍ପର୍କ ଭାଙ୍ଗୁଛି ଘର' - ଟ୍ବିନସିଟିରେ ୨ ହଜାର ୧୭୨ଟି ଘରୋଇ ହିଂସା ଜନିତ ମାମଲା

ଅନୈତିକ ସମ୍ପର୍କ ପାଇଁ ବଢୁଛି ଘରୋଇ ହିଂସା । ଏହି କାରଣରୁ ୫ ବର୍ଷରେ ଟ୍ବିନସିଟିରେ ୨ ହଜାର ୧୭୨ଟି ଘରୋଇ ହିଂସା ଜନିତ ମାମଲା ପଞ୍ଜିକୃତ ହୋଇଛି। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Oct 23, 2019, 11:15 AM IST

ଭୁବନେଶ୍ବର: ଅନୈତିକ ସମ୍ପର୍କ ପାଇଁ ବଢୁଛି ଘରୋଇ ହିଂସା । ଭାଙ୍ଗିଯାଉଛି ଖୁସିର ସଂସାର। ଚୁରମାର ହେଉଛି ଅନେକ ପରିବାର । ଏହି କାରଣରୁ ୫ ବର୍ଷରେ ଟ୍ବିନସିଟିରେ ୨ ହଜାର ୧୭୨ଟି ଘରୋଇ ହିଂସା ଜନିତ ମାମଲା ପଞ୍ଜିକୃତ ହୋଇଛି । ତେବେ ଅଧିକାଂଶ ପାରିବାରିକ ହିଂସା ପଛରେ ଅନୈତିକ ସମ୍ପର୍କ ହିଁ ମୁଖ୍ୟ କାରଣ ବୋଲି ଜଣାପଡିଛି।

ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ରହୁନି ତାଳମେଳ, ଯାହାକୁ ନେଇ ଏପରି ବଢୁଛି ଅଭିଯୋଗ । ତେବେ ମାଧ୍ୟମର ପାଞ୍ଚ ବର୍ଷ ପୂରଣ ପୂର୍ତ୍ତି ଅବସରରେ ଏଭଳି ତଥ୍ୟ ଦେଇଛନ୍ତି ସାମାଜିକ କର୍ମୀ ଶୁଭଶ୍ରୀ ଦାସ । ସେ କହିଛନ୍ତି, ହିଂସାରେ ପୀଡିତ ମହିଳାଙ୍କୁ ସହଯୋଗ ପାଇଁ ୫ ବର୍ଷ ପୂର୍ବେ ୨୦୧୪ ମସିହାରେ ଆଇଏସଡି ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ମାଧ୍ୟମ ଅନୁଷ୍ଠାନ । ଯେଉଁଠି ମହିଳା ସମ୍ବନ୍ଧୀୟ ମାମଲା ଥାନାରେ ଏତଲା ପରେ ଆପୋଷ ବୁଝାମଣା ଜରିଆରେ ସମାଧାନ ପାଇଁ ଏହି ଅନୁଷ୍ଠାନକୁ ଆସୁଥିଲା ।

ପରେ ସେହି ଅଭିଯୋଗକାରୀଙ୍କୁ ଆପୋଷ ବୁଝାମଣା ଜରିଆରେ ମାମଲାର ଫଇସଲା କରାଯାଉଥିଲା। ତେବେ ବିଗତ ପାଞ୍ଚ ବର୍ଷରେ କଟକ ଓ ଭୁବନେଶ୍ବରରେ ୨୩୦୪ଟି ମାମଲା ପଞ୍ଜିକୃତ ହୋଇଥିଲା। ଯେଉଁଥିରେ ଭୁବନେଶ୍ବରର ୧୦୪୫ଟି , କଟକର ୧୨୫୮ଟି ରହିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେଥିମଧ୍ୟରୁ ମାଧ୍ୟମ ସାହାଯ୍ୟରେ ୧ହଜାର ୪୪୯ଟି ମାମଲା ଫଇସଲା କରାଯାଇଥିଲା । ତେବେ ୫ ବର୍ଷର ଅନୁବନ୍ଧିତ ସରିବା ପରେ ପୁନଶ୍ଚ ୨ ବର୍ଷ ପାଇଁ କମିଶନରେଟ ପୋଲିସ ସହ ଅନୁବନ୍ଧିତ ହୋଇଛି ଏହି ଅନୁଷ୍ଠାନ । ଯାହାକି ଥାନାରେ ହେଉଥିବା ମହିଳା ହିଂସା ସମ୍ବନ୍ଧୀୟ ମାମଲାକୁ ନିଜ ଅନୁଷ୍ଠାନ ଜରିଆରେ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାର ଦୁଇଟି କାର୍ଯ୍ୟାଳୟ କଟକ କମିଶନରେଟ ଓ ଭୁବନେଶ୍ବର କମିଶନରେଟ ପାଇଁ କାର୍ଯ୍ୟକ୍ଷମ ହେଉଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details