ଓଡିଶା

odisha

ETV Bharat / city

ସେକ୍ସ ରାକେଟ୍‌ର ନୂଆ ଟେକ୍‌ନିକ୍‌, ଜିମ ଗାର୍ଲ ବେଶରେ ବାଂଲା ଯୁବତୀ

ରାଜଧାନୀରେ ବଢୁଛି ବାଂଲାଦେଶୀ ଯୁବତୀଙ୍କ ଡିମାଣ୍ଡ । ଲୁଚାଛପା ନୁହେଁ ଖୁଲମଖୁଲା ଭାବେ ମିଳୁଛନ୍ତି ଯୁବତୀ । ଜିମ ଗାର୍ଲ ବେଶରେ ବୁଲୁଛନ୍ତି ଏହି ରୂପଜୀବୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

By

Published : Dec 25, 2019, 10:49 PM IST

illegal sex racket in bhubaneswar
ସେକ୍ସ ରାକେଟ୍‌ର ନୂଆ ଟେକ୍‌ନିକ୍‌, ଜିମ ଗାର୍ଲ ବେଶରେ ବାଂଲା ଯୁବତୀ

ଭୁବନେଶ୍ବର: ଖୋଲିଲା ସେକ୍ସ ରାକେଟର ଟପ ସିକ୍ରେଟ । ସାମ୍ନାକୁ ଆସିଲା ଦେହ ବ୍ୟବସାୟର ନୂଆ ଉପାୟ । ଲୁଚାଛପାରେ ନୁହେଁ ଖୁଲମଖୁଲା ମିଳୁଛନ୍ତି ଯୁବତୀ । କାରଣ ଜିମ ଗାର୍ଲ ବେଶରେ ବାଂଲାଦେଶୀ ଯୁବତୀ । ଜିମରେ ଜୁଟୁଛନ୍ତି ଗ୍ରାହାକ । ଜିମ ଗାର୍ଲଙ୍କୁ କରୁଛନ୍ତି ଚୟନ । ରେଟ୍‌ ବି ଫିକ୍ସ ହେଉଛି ଦାମ ବି ମୁଲଚାଲ ହେଉଛି । ମନ ମୁତାବକ ଝିଅ ପସନ୍ଦ ପରେ ନିଜ ସାଥିରେ ନେଇ ଗ୍ରାହକ ଯାଉଛନ୍ତି ।

ସେକ୍ସ ରାକେଟ୍‌ର ନୂଆ ଟେକ୍‌ନିକ୍‌, ଜିମ ଗାର୍ଲ ବେଶରେ ବାଂଲା ଯୁବତୀ

ଏମିତି ଢଙ୍ଗରେ ରାଜଧାନୀରେ ଚାଲୁଛି ହାଇପ୍ରୋଫାଇଲ ସେକ୍ସ ରାକେଟ । ଏହା ପଛରେ ଦଲାଲ ସାଜିଛନ୍ତି ଜିମର କିଛି ଟ୍ରେନର ଓ ମାଲିକ। ଯାହାକୁ ନେଇ ଖୁଲାସା କରିଛି ନକଲି ଆଧାରକାର୍ଡରେ ଧରାପଡିଥିବା ଜଣେ ବାଂଲାଦେଶୀ ରୂପଜୀବୀ । ଯେକି କିଛି ଦିନ ପୂର୍ବେ ଲକ୍ଷ୍ମୀସାଗର ଥାନା ଷ୍ଟେସନ ସ୍କୋୟାର ନିୟୁ ଆଶିର୍ବାଦ ହୋଟେଲରେ ଉଦ୍ଧାର ହୋଇଥିଲା । ଏପରିକି ହୋଟେଲର ମ୍ୟାନେଜର ଓ ସୁଇପର ନାଁରେ ଅସଦାଚରଣ ଅଭିଯୋଗ କରିଥିଲେ ଯୁବତୀ ।

ତେବେ ପୋଲିସ ତଦନ୍ତ ବେଳେ ଜଣାପଡିଥିଲା, ସେହି ଯୁବତୀ ପଶ୍ଚିମବଙ୍ଗର ଆଧାରକାର୍ଡ ଦେଇଥିଲେ ସତ ହେଲେ ପ୍ରକୃତରେ ତାଙ୍କ ଘର ବାଂଲାଦେଶୀ ଢାକାରେ । ଯୁବତୀଙ୍କ ସବୁ ସତ ସାମ୍ନାକୁ ଆସିବା ପରେ ଖୋଲି ଥିଲେ ଗୋଟିଏ ପରେ ଗୋଟିଏ ସେକ୍ସ ରାକେଟର ଗୁମର । ଲୁଚାଛପା ଦେହ ବ୍ୟବସାୟର ଡିମାଣ୍ଡ କମ୍‌ ଯୋଗୁଁ ଏବେ ଜିମ ପାଲଟିଛି ସେଫ ପ୍ଲେସ । ଜିମ ଗାର୍ଲ ବେଶରେ ଜିମରେ କସରତ କରୁଛନ୍ତି ବାଂଲାଦେଶୀ ଗାର୍ଲ ବା ରୂପଜୀବୀ । ଗୋଟିଏ କି ଦୁଇଟି ନୁହେଁ ବଡ ବଡ ଜିମରେ ଏପରି ଜିମ ଡ୍ରେସରେ ଦେଖିବାକୁ ମିଳିବେ ଜିମ ଗାର୍ଲ ।

ରାଜଧାନୀରେ ଏପରି ଫେକ ଆଧାରକାର୍ଡରେ ବୁଲୁଛନ୍ତି ଅନେକ ବାଂଲାଦେଶୀ ରୁପଜୀବୀ ।ଏ ଦିଗରେ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ । ତେବେ ଗିରଫ ହୋଇଥିବା ବାଂଲାଦେଶୀ ଯୁବତୀଙ୍କୁ ଆଇପିସିର ଧାରା ୪୧୯,୪୬୮,୪୭୧ ସହ ଫରେନର୍ସ ଆକ୍ଟ ୧୪ (a)ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details